କାର ଦୁର୍ଘଟଣାରେ ଦମ୍ପତି ଙ୍କ ମୃତ୍ୟୁ

14

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ) ତା ୦୯/୧୦/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ନିକଟରେ ଏକ କାର ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ କାର ଭିତରେ ଥିବା ଦମ୍ପତି ଙ୍କ ମୃତ୍ୟୁ ଘଟିଛି । ଦମ୍ପତି ଦ୍ୱୟ ନବରଙ୍ଗପୁର ଇଚ୍ଛାବତୀ ଗୁଡା ର ସୁଶାନ୍ତ ପାଣିଗ୍ରାହୀ (୪୮) ଓ ମୀନାକ୍ଷୀ ପାଣିଗ୍ରାହୀ (୪୨) ବୋଲି ଜଣା ପଡିଛି ।ଡାବୁଗାଁ ପୁଲିସ ଦୁର୍ଘଟଣାଗ୍ରସ୍ତ କାର ଜବତ କରିବା ସହ ତଦନ୍ତ କରୁଛନ୍ତି। ସୂଚନା ଅନୁଯାଇ ଶୁକ୍ରବାର ପୂର୍ବାହ୍ନରେ ନବରଙ୍ଗପୁର ଇଚ୍ଛାବତୀ ଗୁଡା ର ଏଲ ଆଇ ସି ଏଜେଣ୍ଟ ସୁଶାନ୍ତ ପାଣିଗ୍ରାହୀ (୪୮) ଓ ତାଙ୍କ ସ୍ତ୍ରୀ ମୀନାକ୍ଷୀ ପାଣିଗ୍ରାହୀ (୪୨) ଏକ କାର ନମ୍ବର( ଓଡି ୧୦ ଡି ୯୧୯୨) ଯୋଗେ ଉମରକୋଟ କୁ ଏଲ ଆଇ ସି ର ଏକ ପରୀକ୍ଷା ଦେବା ପାଇଁ ଯାଇଥିଲେ। ପରୀକ୍ଷା ସରିବା ପରେ ସ୍ୱାମୀ ସ୍ତ୍ରୀ ପୁଣି ନିଜ କାର ରେ ଅପରାହ୍ନ ସମୟରେ ଉମରକୋଟ ରୁ ନବରଙ୍ଗପୁର ଫେରୁଥିଲେ । ତେବେ ଅପରାହ୍ନ ସାଢ଼େ ୪ ଘଣ୍ଟ ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ଏକ ଗଛକୁ ଭାରସାମ୍ୟ ହରାଇ ଧକ୍କା ଦେବାରୁ ଉଭୟେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଡାବୁଗାଁ ଅଗ୍ନିଶମ କର୍ମଚାରୀ ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ଦମ୍ପତି ଙ୍କ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଥିଲେ । ଏ ନେଇ ମୃତ ସୁଶାନ୍ତ ପାଣିଗ୍ରାହୀଙ୍କ ସାନ ଭାଇ ସନ୍ତୋଷ କୁମାର ପାଣିଗ୍ରାହୀ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କାର ଦୁର୍ଘଟଣାରେ ନବରଙ୍ଗପୁର ର ଜଣେ ପରିଚିତ ଏଲ ଆଇ ସି ଏଜେଣ୍ଟ ସୁଶାନ୍ତ ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଖବର ଶୁଣି ନବରଙ୍ଗପୁର ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଥିବା ବେଳେ ପରିବାର ଲୋକେ ସ୍ଥବ୍ଧ ହୋଇଯାଇଛନ୍ତି ।

Leave A Reply

Your email address will not be published.