ବେଲଗୁଣ୍ଠା,୦୯/୧୦: -(ଶିବରାମ ଚୌଧୁରୀ )-ଛାତ୍ର ସଂସଦ ନିର୍ବାଚନକୁ ନେଇ ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଚଳଚଞ୍ଚଳତା ଦେଖାଦେଇଛି। ବିଭିନ୍ନ ପଦବି ପାଇଁ ମୋଟ ୧୩ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ସଭାପତି ପଦ ପାଇଁ ସୌମ୍ୟ ରଞ୍ଜନ ଜେନା ଓ ରାଜେଶ ସ୍ୱାଇଁ, ଉପସଭାପତି ପଦ ପାଇଁ ନୃସିଂହ ପାତ୍ର, ଆକାଶ କୁମାର ନାୟକ ଓ ରାକେଶ ସ୍ୱାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ସମ୍ପାଦକ ପଦ ପାଇଁ ଗୀତାଞ୍ଜଳି ପଟ୍ଟନାୟକ, ସାଧାରଣ ସମ୍ପାଦକ ପଦ ପାଇଁ ସିନୁ ପାତ୍ର ଓ ଜ୍ୟୋତି ରାଣୀ ଗୌଡ଼, ଯୁଗ୍ମ ସମ୍ପାଦକ ପଦ ପାଇଁ ଝୁମୁରି ବିଷୋୟୀ ଓ ଚାନ୍ଦିନୀ ଗୌଡ଼ ଏବଂ ଆଥଲେଟିକ୍ ସେକ୍ରେଟାରୀ ପଦ ପାଇଁ ସୋନୁ ବାରିକ ଓ ପ୍ରିୟଙ୍କା ସ୍ୱାଇଁ ନାମାଙ୍କନ ଦାଖଲ କରିଛନ୍ତି।
ନିର୍ବାଚନ ପ୍ରକ୍ରିୟାରେ ରିଟର୍ଣ୍ଣିଂ ଅଫିସର ଭାବେ ଅଧ୍ୟାପକ ପ୍ରଫୁଲ୍ଲ ଜେନା, ଅଶୋକ ପ୍ରଧାନ ଓ ସନ୍ତୋଷ ପାଣିଗ୍ରାହୀ ଦାୟିତ୍ୱ ତୁଲାଇଥିବା ବେଳେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ତଥା ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ମୁତୟନ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post