ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳମଣି ଜୟନ୍ତୀ ପାଳିତ

11

ବେଲଗୁଣ୍ଠା, ୯/୧୦:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶୁକ୍ରବାର ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ତ୍ୟାଗ, ସେବା, ମାନବିକତା ଓ ଓଡ଼ିଆ ଜାତି ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ରବୀନ୍ଦ୍ରନାଥ ରଥ ମୁଖ୍ୟ ଅତିଥି ଏବଂ ଉପସଭାପତି କାଳୀଚରଣ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗୁରୁମା ପ୍ରିୟଙ୍କା ଗୌଡ଼ ଓ ଜ୍ୟୋତିରାଣୀ ପ୍ରଧାନ ମୁଖ୍ୟ ବକ୍ତା ଓ ସଂମାନ୍ନୀତ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁ ଦାସଙ୍କ ଜୀବନାଦର୍ଶ ଓ ସମାଜସେବା ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀମାନେ ଦେଶ ଓ ସମାଜର ସେବାରେ ନିଜକୁ ନିୟୋଜିତ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ।ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଗୁରୁମା ପ୍ରଣୀତା ପ୍ରଧାନ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ଗୁରୁଜୀ, ଗୁରୁମା ଓ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.