ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞେଇ ଯଥା ରତ୍ନ ପୁର ଛକରେ ବିଭିନ୍ନ ଗାଡ଼ି ଯାଞ୍ଚ ବେଳେ ଗୋଟିଏ କାର୍ ରୁ ୯୦ କିଲୋ ଗଞ୍ଜେଇ ଜବତ କରି ଜଣେ କେରଳ ଡ଼୍ରାଇଭର ଏଲ୍ ବିନୋଦ କୁ କାବୁ କରିବା ସହ ତାର ସୁଚନା ଅନୁଯାୟୀ ସହର ମଧ୍ୟକୁ ପ୍ରବେଶ କରୁଥିବା ଅନ୍ୟ ଏକ କାର୍ କୁ ଅଟକାଇ ଯାଞ୍ଚ କରିବା ବେଳେ ଉକ୍ତ ଗାଡ଼ିରୁ ୬୦ କିଲୋ ଗଞ୍ଜେଇ ସହ ଅଖିଳ ଥୋମାସ ଓ ଫେବିନ୍ ବିଜୁ ନାମକ ଦୁଇ ଜଣ କେରଳ ଯୁବକ କୁ ଅଟକ ରଖାଯାଇଛି। ଏତଦବ୍ୟତୀତ ସହର ଉପକଣ୍ଠ ଗୋପାଳପୁର ଛକରେ ମୋଟରସାଇକେଲ ସହ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କନ୍ଧମାଳ ଜିଲ୍ଲା ଅଞ୍ଚଳର ନନ୍ଦନ ନାୟକ ନାମକ ଜଣେ ଯୁବକ କୁ ଜେରା କରିବା ବେଳେ ତାଠାରୁ ୧୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଚଢାଉ ର ସଫଳତା ପରେ ଅବକାରୀ ପୋଲିସ ଉକ୍ତ ସମସ୍ତ ଯୁବକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ସମସ୍ତ ଗଞେଇ, ଗାଡ଼ି ଜବତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post