ଓଡ଼ିଶା ସିନିୟର କ୍ରିକେଟ୍ ଦଳର ଆଡମିନ୍ ମ୍ୟାନେଜର୍ ଭାବେ ନିଯୁକ୍ତ ହେଲେ ମାଲକାନଗିରିର ଯୁବ ପ୍ରତିଭା ସତବୀର ସିଂହ ରିଆର

10

ମାଲକାନଗିରି (ସୁରେନ୍ଦ୍ର କୁମାର ବେମାଳ )ତା ୦୮/ ୧୦ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏକ ବଡ଼ ଏବଂ ଗର୍ବର ବିଷୟ ସାମ୍ନାକୁ ଆସିଛି। ଆଗାମୀ ରଣଜୀ ଟ୍ରଫି, ସୟଦ ମୁସ୍ତାକଅଲି ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ୍ ଦଳର ‘ ଆଡମିନ୍ ମ୍ୟାନେଜର ଭାବେ ମାଲକାନଗିରିର ଯୁବ ତଥା କର୍ମଠ ବ୍ୟକ୍ତିତ୍ଵ ସତବୀର ସିଂହ ରିଆର ଙ୍କୁ ଗୁରୁଦାୟୀତ୍ଵ ପ୍ରଦାନ କରାଯାଇଛି। ଏହା କେବଳ ତାଙ୍କ ବ୍ୟକ୍ତି ଗତ ସଫଳତା ନୁହେଁ, ବରଂ ସମଗ୍ର ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଏକ ଅତ୍ଯନ୍ତ ଗର୍ବ ଓ ଆନନ୍ଦର ବିଷୟ ଅଟେ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ମାଲକାନଗିରି ସି.ଡି.ଏମ୍.ଓ. ଙ୍କୁ ଏକ ସରକାରୀ ପତ୍ର ଲେଖି ଅନୁରୋଧ କରାଯାଇଛି ଯେ, ସେ ୨୦୨୬ ଅକ୍ଟୋବର ୬ ତାରିଖରୁ ୨୦୨୭ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ସତବୀର ସିଂହ ରିଆର ଙ୍କୁ ତାଙ୍କ ସେବାରୁ ଅବକାଶ ପ୍ରଦାନ କରନ୍ତୁ। ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁଥ‌ିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ର ପ୍ରତିଷ୍ଠିତ କ୍ରିକେଟ୍ ଘରୋଇ ପ୍ରତିଯୋଗିତା ମାନଙ୍କରେ ଓଡ଼ିଶା ଦଳ ସହ ରହି ଏହି ଗୁରୁତ୍ଵପୂର୍ଣ ଦାୟିତ୍ଵ ନିର୍ବାହ କରିବେ। ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରିକେଟ୍ ଜଗତରେ ମାଲକାନଗିରିର ନାମ ରୋଷନ୍ କରିଥିବାରୁ ସମସ୍ତ କ୍ରିକେଟପ୍ରେମୀ ଏବଂ ଜିଲ୍ଲାବାସୀ ତାଙ୍କୁ ଭୂରିୟସୀ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ ଏବଂ ଆଗାମୀ ଦାୟିତ୍ଵ ପାଇଁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.