ମାଡିଙ୍ଗ ଛକରେ ରାସ୍ତାକୁ ଓହ୍ଲାଇଲେ ବିରୋଧୀ ଦଳର ନେତା ଓ କର୍ମୀ
କଳାହାଣ୍ଡି/ଭବାନୀପାଟଣା :-ରୋହିତ କୁମାର ନାଏକ (ଶାସକ ପ୍ରଶାସକ )୮ ଅକ୍ଟୋବର: ବିଭିନ୍ନ ଦାବିକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଗୁରୁବାର ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ଭାବେ ପରିଲକ୍ଷିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ ରହିବା ସହ ବସ୍ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।
କଳାହାଣ୍ଡି ସଦର ବ୍ଲକ ଅନ୍ତର୍ଗତ ମାଡିଙ୍ଗ ଛକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ବିରୋଧୀ ଦଳର ନେତା ଓ କର୍ମୀମାନେ ଏଠାରେ ଏକତ୍ରିତ ହୋଇ ପିକେଟିଂ କରିବା ସହ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଏହି ପିକେଟିଂରେ ଚୁଡାମଣି ବାଗ, ପୁରୋଜିତ ବାଗ, ଗନ୍ଧର୍ବ ବାଗ, ସାଧୁ ବାଗ, କର୍ଣ୍ଣ ଛାତ୍ରିଆ, ତୁଳସୀ ରାମ ଶବର, ସନ୍ତୋଷ କୁମାର ବିଶି, ପଶ୍ଚିମ ମାଝୀ, ଡମ୍ବରୁଧର ନାଏକ, ଧବଳେଶ୍ୱର ଯାନୀ, ଲଛମନ ମାଝୀ, ଭକ୍ତରାମ ମାଝୀ, କୌତୁକ ବିଶି, ଉମେଶ ନାଏକ, ଶଙ୍କର କୁମାର ବାଗ ଓ କୈଳାଶ ସୁନାଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।
କଂଗ୍ରେସ ସହ କମ୍ୟୁନିଷ୍ଟ ଦଳ, ସମାଜବାଦୀ ପାର୍ଟି, ସିପିଆଇ(ଏମ୍) ଓ ସିପିଆଇ(ଏମ୍ଏଲ୍) ସମେତ ବିଭିନ୍ନ ବିରୋଧୀ ଦଳ ବନ୍ଦକୁ ସମର୍ଥନ କରିଥିବା ଜଣାପଡ଼ିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ଦାବି ନେଇ ସ୍ଲୋଗାନ ଦେବା ସହ ସରକାରଙ୍କ ନିକଟରେ ଦାବି ପୂରଣ ପାଇଁ ଦାବି ଜଣାଇଥିଲେ।
ବିରୋଧୀଙ୍କ ମୁଖ୍ୟ ଦାବି ମଧ୍ୟରେ MMDR ବିଲ୍ ପ୍ରତ୍ୟାହାର, SIR ପ୍ରସଙ୍ଗରେ ଜ୍ଞାନେଶ କୁମାରଙ୍କ ଇସ୍ତଫା, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା ପ୍ରଦାନ ଆଦି ରହିଛି।
ବନ୍ଦ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।