ସେବା ନିବୃତ ସେନାନୀ ସଂଘ ତରଫରୁ ବାୟୁସେନା ଦିବସ ପାଳିତ

8


କେନ୍ଦୁଝର,ତା୮/୧୦- ଘଟଗାଁ ନିକଟବର୍ତ୍ତୀ ମୁକୁନ୍ଦପୁର ପାଟଣା ଠାରେ ଥିବା ଅବସରପ୍ରାପ୍ତ ଉତ୍କଳ ସେବା ନିବୃତ ସେନାନୀ ସଂଘ ତରଫରୁ ୯୪ତମ ବାୟୁସେନା ଦିବସ ପାଳିତ ହୋଇଯାଇଛି। ସେନାନୀ ସଂଘର ସଭାଗୃହରେ ଏହି କାର୍ଯ୍ୟକ୍ରମ ହୋଇଛି। ସଂଘର ସଭାପତି ଯଦୁମଣି ବେହେରାଙ୍କ ସଭାପତିତ୍ଵ ତଥା ସମ୍ପାଦକ ଦିଲ୍ଲୀପ କୁମାର ବେଜଙ୍କ ପରିଚାଳନାରେ କାର୍ଯକ୍ରମ ଆରମ୍ଭ ହୋଇଥିଲା। ଉପସଭାପତି ଦୋଳଗୋବିନ୍ଦ ପଣ୍ଡା, ବଳଭଦ୍ର ମହାକୁଡ଼, କୋଷାଧ୍ୟକ୍ଷ ମନ୍ମଥ ପ୍ରଧାନ ମଞ୍ଚାସୀନ ହୋଇଥିଲେ। ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ପ୍ରଫୁଲ୍ଲ ରାଉତ, ଭୀମସେନ ବଳ ଓ କବିନ୍ଦ୍ର ରାଉତ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ତଥା ସଂଘର ବରିଷ୍ଠ କାର୍ଯ୍ଯକର୍ତ୍ତା ମାନେ ବାୟୁସେନା ଦିବସ ପାଳନର ତାତ୍ପର୍ଯ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘର ଅନନ୍ୟା କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଭେଟେରାନ୍ ଅଙ୍ଗଦ ମହାନ୍ତ,ମାନଭଞ୍ଜନ ଦାସ, ଲଲାଟେନ୍ଦୁ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ,ପ୍ରମୋଦ କୁମାର ନାୟକ, ଦୀପକ କୁମାର ଜେନା ,ବୁଲାରାମ ସେଠି, ରବିନ୍ଦ୍ର ଚାମ୍ପିଆ,ନରେନ୍ଦ୍ର ନାଏକ, କୀର୍ତ୍ତନ ଚରଣ ମହାନ୍ତ,ଉଗ୍ରସେନ ଗିରି, ପଦ୍ମଲୋଚନ ସାହୁ, ବସନ୍ତ ନାୟକଙ୍କ ସମେତ ବୀରନାରୀ ମଞ୍ଜୁଲତା ମହାକୁଡ଼, ରୀତାଞ୍ଜଳୀ ନାୟକ, ବର୍ଷା ମହାନ୍ତ,ପ୍ରମିଳା ମହାନ୍ତ,କୌଶଲ୍ୟା ଆଚାର୍ଯ୍ୟ, ମାଳତୀ ନାୟକ ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Leave A Reply

Your email address will not be published.