ବେଲଗୁଣ୍ଠା ବାଙ୍କ ବଜାରରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପିତ

8

ବେଲଗୁଣ୍ଠା,୨୨/୧୧,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ବାଙ୍କ ବଜାରଠାରେ ଶ୍ରୀ ଶ୍ରୀ ଶ୍ରୀ ବାସୁଦେବ ନାମ ସେବା ସଙ୍କୀର୍ତ୍ତନ ସଂଘ ଆନୁକୂଲ୍ୟରେ ଆୟୋଜିତ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ରବିବାର ସକାଳେ ପୂର୍ଣ୍ଣାହୁତି ସହ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଉଦଯାପିତ ହୋଇଯାଇଛି। ନନ୍ଦିଘର ଚଢ଼େଆମାନପୁର ମଠାଧୀଶ ମହନ୍ତ ଦାମୋଦର ପୁରୀ ମହାରାଜଙ୍କ ପୌରୋହିତ୍ୟରେ ଏହି ଧାର୍ମିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।ଗତ ବୁଧବାର ଦିନ ଯଥାବିଧି ଅଧିବାସ କାର୍ଯ୍ୟ ସମ୍ପନ୍ନ ହେବା ପରେ ଗୁରୁବାର ସକାଳ ୭ଟା ୫ ମିନିଟ୍‌ରେ ଅଖଣ୍ଡ ନାମ ସଙ୍କୀର୍ତ୍ତନ ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଅନ୍ନଯଜ୍ଞର ମଧ୍ୟ ଆୟୋଜନ କରାଯାଇଥିଲା। ନାମ ସଙ୍କୀର୍ତ୍ତନରେ ଗୋଠଳି ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ସମେତ କୁମ୍ପାପଡ଼ା, ଜିରୋଳି, ପଞ୍ଚଭୂତି ଓ ଖରିଡ଼ାର ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରିନାମ ଧ୍ୱନିରେ ପରିବେଶକୁ ଭକ୍ତିମୟ କରିଥିଲେ।ଯଜ୍ଞର ଶେଷ ଦିନରେ ପୂର୍ଣ୍ଣାହୁତି ଓ ଅନ୍ୟାନ୍ୟ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବାଙ୍କ ବଜାର ଅଞ୍ଚଳରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ହରିନାମ ସଙ୍କୀର୍ତ୍ତନ ଓ ଅନ୍ନଯଜ୍ଞ ମାଧ୍ୟମରେ ଅଞ୍ଚଳରେ ଆଧ୍ୟାତ୍ମିକତା, ଭକ୍ତିଭାବ ଓ ଧାର୍ମିକ ସଦ୍‌ଭାବନାର ପରିବେଶ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.