କେନ୍ଦ୍ରାପଡ଼ା: ୦୬/୧୦ (ପ୍ରଫୁଲ୍ଲ କୁମାର ମଲ୍ଲ) ଦିନକୁ ଦିନ କ୍ୟାନ୍ସର ଭଳି ଗୁରୁତର ରୋଗ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ବଢ଼ୁଥିବାବେଳେ, ଏକ ନିଆରା ଢଙ୍ଗରେ ସଚେତନତା ଅଭିଯାନ ଆରମ୍ଭ କରିଛି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ । ‘ପ୍ଲାଷ୍ଟିକ୍ କପ୍ରେ ଚାହା, କ୍ୟାନ୍ସରକୁ ସାହା’ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ ଗରମ ଚାହା ପାଇଁ ପ୍ଲାଷ୍ଟିକ୍ ପ୍ରଲେପ ଥିବା ପେପର୍ କପ୍ର ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଯାଉଛି।
ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ପେପର୍ କପ୍ର ଭିତର ପାର୍ଶ୍ୱରେ ଥିବା ପ୍ଲାଷ୍ଟିକ୍ ପ୍ରଲେପ ଗରମ ଚାହା ସହ ସଂସ୍ପର୍ଶରେ ଆସିବା ଦ୍ୱାରା ମାଇକ୍ରୋପ୍ଲାଷ୍ଟିକ୍ ସମ୍ପର୍କିତ ସ୍ୱାସ୍ଥ୍ୟ ଝୁମ୍ପ ନେଇ ଲୋକଙ୍କୁ ସଚେତନ ରହିବା ଆବଶ୍ୟକ। ଏହି ଅଭିଯାନରେ ପରିବେଶ ସୁରକ୍ଷା ସହ ସ୍ୱାସ୍ଥ୍ୟ ସଚେତନତାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ବର୍ତ୍ତମାନ କେନ୍ଦ୍ରପଡ଼ା ଜିଲ୍ଲା ସମେତ ଅନ୍ୟ କିଛି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଗାମୀ ଦିନରେ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଏହାକୁ ବ୍ୟାପକ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।
କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ବଲାଙ୍ଗୀର ପ୍ରତିନିଧି ଚୈତନ୍ୟ ନାୟକ, ଡାକ୍ତର ନିରାକାର ତ୍ରିପାଠୀ, ଜ୍ୟୋତିଷ ଗୌରାଙ୍ଗ ନାୟକ, ବୌଦ୍ଧ ଜିଲ୍ଲା ପ୍ରତିନିଧି ସଂଜୀବ ବାଘଙ୍କ ସମେତ ଅଭୟ ବେହେରା, ତପନ କୁମାର ନାଥ, ନିଗମ ରାଜ, ସୋମରେନ୍ଦ୍ର ମହାନ୍ତି, ଦେବାଶିଷ ମହାନ୍ତି ଓ ଆଶିଷ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post