ବଳାତ୍କାର ମାମଲା : ଅଭିଯୁକ୍ତକୁ ଧରି ଜେଲ ପଠାଇଲା ପୋଲିସ

0

ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ବନଡେଗା ଏରିଆରେ ଗତ୨୪ତାରିଖରେ ଘଟିଯାଇଛି ଗୋଟେ ଲଜ୍ଜ୍ୟାଜନକ ଘଟଣା | ସୁନ୍ଦରଗଡ଼ ଜିଲ୍ଲାକୁ ଲାଗିରହିଥିବା ଛତିଶଗଡ଼ ରାଜ୍ୟ ସେଇଥି ପାଇଁ ପ୍ରାୟତଃ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଝିଅ ପୁଅ ବାହାଘର ମଧ୍ୟ ହୋଇଥାଏ |  କୌଣସି ଦୁଃଖ ସୁଖରେ ଜାନିଜାତରେ  ମାମୁଁ ଅବା ସମ୍ପର୍କୀୟଙ୍କ ଘର ବୁଲିବାକୁ ଆସିବା ଯିବା ବନି ରହିଥାଏ | ହେଲେ କେତେଜଣ ଚରିତ୍ର ହୀନ ଲୋକଙ୍କ ପାଇଁ ଏଇ ସମ୍ପର୍କର ଛବିରେ ଦାଗ ଲାଗିଯାଥାଏ | ,ଛତିଶଗଡ଼ ରାଜ୍ୟର ଫଳସାବାହାଲ ର ପିଡ଼ିତା ନିଜ ମାମୁଁଘର ଗାଁରେ ନିଜ ସମ୍ପର୍କୀୟ ଙ୍କ ବାହାଘରରେ ଯୋଗ ଦେବାକୁ ଆସିଥିଲେ ଓ ମାମୁଁଘର ପାଖ ପଡ଼ୋଶୀ ଘରର୍ ସମ୍ପର୍କୀୟ ଙ୍କ ସହିତ ବାହାଘରିଆ ଭୋଜିଖାଇ ଫେରିବା ବେଳକୁ ଗୋଟେ ବାଇକ ଯୋଗେ ତିନିଜଣ ଯୁବକ ଆସି ଝିଅର ମାମୁଁ ପୁଅକୁ ଧମକଚମକ  ଦେଇ ଅଟକାଇଥିଲେ | ଦୁଇଜଣ ଯୁବକ ଅଟକାଇଥିବା ବେଳେ  ଆଉଜଣେ ସଲମାନ ରାଜା ବୋଲି ଯୁବକ ଝିଅକୁ ବାଇକ ଯୋଗେ କୁଆଡେ ନେଇଯାଇ ଧର୍ଷଣ କରିଥିଲା  | ଏହି ଅଭାବନୀୟ ଘଟଣାକୁ ସମ୍ପର୍କରେ  ତଲସରା ଥାନା ରେ କେସ ମଧ୍ୟ ରେଜିଷ୍ଟ୍ରେସନ ହୋଇଛି | ହେଲେ ଦୁର୍ବୃତ୍ତ  ଫେରାର ସୋଇଯାଇଥିଲା | ସୁନ୍ଦରଗଡ଼ SDPO କେସକୁ ନେଇଥିଲେ | ହେଲେ ଯାହା ଚର୍ଚ୍ଚାରୁ ଶୁଣିବାକୁ ମିଳୁଛି ବନଡେଗାର୍ ଜଣେ ଗେଣ୍ଡା ଦଳର ଡାହୁକ ନେତା ନିଜକୁ ଭାବୁଥିବା ବ୍ୟକ୍ତି କେଶକୁ ରଫାଦଫା କରିବା ପାଇଁ ଫୁଲଦମ ଲଗାଇଥିଲେ | କିନ୍ତୁ  ସୁନ୍ଦରଗଡ଼ ପୋଲିସର ଆନ୍ତରିକତାପୁର୍ଣ ଉଦ୍ୟମ ହଗୁ ଅଭିଯୁକ୍ତକୁ ଗତ ୩୦ ତାରିଖରେ ଧରିବାକୁ ସକ୍ଷମ ହୋଇଛି ଓ ଆରେଷ୍ଟ କରି କୋର୍ଟ ଚାଲାଣ କରିଛି | ଯେହେତୁ ମୁଖ୍ୟ ଭୂମିକାରେ ୩ ଜଣ ଦୋଷୀ ଥିଲେ ଆଉ୨ ଜଣ ଙ୍କୁ ପୋଲିସ ଆରେଷ୍ଟ କରିବ କେବେ ବୋଲି ସାଧାରଣ ଲୋକ ଙ୍କ ମଧ୍ୟରେ ଚର୍ଚ୍ଚା ର୍ ବିଷୟ ହୋଇଛି, ସେପଟେ ପିଡ଼ିତା  ଆଦିବାସୀ ଝିଅ ହୋଇଥିବା ରୁ ପୋଲିସ କେତେ ଗୁରୁତ୍ୱ ସହ ନେଉଛି ତାହା ଦେଖିବାକୁ ବାକିରହିଲା ବୋଲି ଲୋକେ ବାର୍ତାଳ୍ପ କରୁଥିବା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.