ଶ୍ୟାମ ସୁନ୍ଦର ସ୍ମୃତି ସମାରୋହ ୨୦୧୯ : ଜାତୀୟ ସ୍ତରର କଳାକାର ମାନଙ୍କ ଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମରେ ଶ୍ୟାମ ସୁନ୍ଦର ସ୍ମୃତି ସମାରୋହ ୨୦୧୯ ଜାତୀୟ ସ୍ତରର କଳାକାରମାନଙ୍କ ଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଚରତି ଶିକ୍ଷା ଓ ସାଂସ୍କୃତିକ ସଦନ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ଗୁରୁ ରଘୁନାଥ ପାତ୍ର, କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ତରଙ୍ଗ ରଙ୍ଗ ନାଟ୍ୟ ଅନୁଷ୍ଠାନର ଆଦର୍ଶ ଦାସ, ଆୟୋଜକ ଗୁରୁ ନୀଳମାଧବ ଚରତି ଏବଂ ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ଡ: ବିଶ୍ୱନାଥ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳରେ ସମସ୍ତ ପ୍ରକାରର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଦିଗରେ ସ୍ୱର୍ଗତ ଶ୍ୟାମସୁନ୍ଦର ଚରତିଙ୍କ ଅବଦାନର ସ୍ମୃତି ଚାରଣ କରିଥିଲେ । 

ଅନ୍ୟ ପକ୍ଷରେ ଜାତୀୟ ସ୍ତରର ଶାସ୍ତ୍ରୀୟ ସଙ୍ଗୀତର କଳାକାର ମାନଙ୍କ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯିବା ଦ୍ୱାରା ଗ୍ରାମାଞ୍ଚଳର ଯୁବପିଢୀ ସୀତାର, ତବଲା, ବୀଣା, ସେେµା ଫୋନ,  ସମେତ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ବ୍ୟବହାର ପରିବେଷଣ ଉପରେ ବହୁତ କିଛି ଜାଣିପାରିବେ ଏବଂ ଶାସ୍ତ୍ରୀୟ ସଙ୍ଗୀତ ବଞ୍ଚି ରହିବ । ତେଣୁ ଏହି ସବୁର ପ୍ରଚାର ଓ ପ୍ରସାର ଦିଗରେ ଏଭଳି କାର୍ଯ୍ୟକ୍ରମ କରାଯିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ଯୋଗ ଦେଇଥିବା ଜାତୀୟ ସ୍ତରର ଶାସ୍ତ୍ରୀୟ ସଙ୍ଗୀତର କଳାକାର ମାନଙ୍କ ସମେତ ଗୁରୁ ରଘୁନାଥ ପାତ୍ର, ନୃତ୍ୟଗୁରୁ ଡି. ପ୍ରିୟଙ୍କା, ସେେµାଫୋନ ବାଦକ ଗୁରୁ ମନ୍ମଥ ରାଓ ପ୍ରମୁଖକୁ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ହରିଆନାର ସିତାର ବାଦକ ସୁରେନ୍ଦ୍ର କୁମାର , କଲିକତାର ତବଲା ବାଦକ ଜ୍ଞାନ ପ୍ରକାଶ ମଣ୍ଡଳ, ପାନିପଥର ସରଦ ବାଦକ ଅତନୁ ଚକ୍ରବର୍ତ୍ତୀ ପ୍ରମୁଖଙ୍କ ସମେତ ସେµଫୋନ ବାଦକ ମନ୍ମାଥ ରାଓ, ଓଡିଶୀ ନୃତ୍ୟୁଗୁରୁ ଡି. ପ୍ରିୟଙ୍କା, ଭକ୍ତି ସଙ୍ଗୀତ ସଂସଦ, ତବଲା ବାଦକ ନରସିଂହ ପ୍ରସାଦ ଚରତି ଓ ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଚିତାକର୍ଷକ କଳା ପ୍ରତିଭା ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଡ. ଚନ୍ଦନ ଗନ୍ତାୟତ ଏବଂ ଲୀନା କର ସଂଯୋଜନା କରିଥିଲେ । 

 

Leave A Reply

Your email address will not be published.