ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ରେ ଜାତି ର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାଆଡମ୍ବରରେ ପାଳନ କରାଯାଇଅଛି।ଏହି ଅବସରରେ ଜାତୀୟ ସେବା ଯୋଜନା ପକ୍ଷରୁ ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅହିଂସା ସପ୍ତାହ ପାଳନ କରାଯାଇଥିଲା।ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସୃଜନଶୀଳ ଓ ଜ୍ଞାନଭିତ୍ତିକ ପ୍ରତିଯୋଗିତା ଯଥା ପ୍ରବନ୍ଧ ଲିଖନ, ବକ୍ତୃତା, ସ୍ଲୋଗାନ୍ ଲିଖନ, କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଆଜି ବିଶ୍ୱବିଦ୍ୟାଳୟର ପରିସରରେ ଏକ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ପରେ ନାଟକ ମାଧ୍ଯମରେ ଅହିଂସା, ଶାନ୍ତି ଓ ସ୍ୱଚ୍ଛତାର ବାର୍ତ୍ତାକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କ ମଧ୍ୟରେ ସୃଜନଶୀଳତା, ନେତୃତ୍ୱ ଓ ସାମାଜିକ ଦାୟିତ୍ୱବୋଧ ବିକଶିତ କରାଯାଇଥିଲା। ଏହି ଅବସରରେ ବିଶ୍ୱ ବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ୱଜ ପଣ୍ତା, ଉପ କୁଳପତି ଡ ଗୌତମ ଘୋଷ, ରେଜିଷ୍ଟ୍ରାର ଡ ଏନ୍ ଭି ଜଗନ୍ନାଥ ରାଓ, ପ୍ରୋ ଭାଇସ ଚାନ୍ସେଲର ଡ ଏ ଭି ଏନ୍ ଏଲ ଶର୍ମା, ପରୀକ୍ଷା ନିୟନ୍ତ୍ରକ ଡ ପି ବିଜୟ କୁମାର, ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଅଧ୍ୟକ୍ଷ ଡ କେ ମୂରଲୀ ଗୋପାଳ ପ୍ରମୁଖ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀ କୁ ପୁଷ୍ପ ମାଲ୍ୟ ଅର୍ପଣ କରି ଗାନ୍ଧୀଜୀଙ୍କ ଜୀବନୀ ବିଷୟରେ ମତବ୍ୟକ୍ତ କରିଥିଲେ।ପରିଶେଷରେ ଅତିଥିଙ୍କ ଦ୍ୱାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ବାଣୀ ପ୍ରସାଦ ନାୟକ, ଡ ପ୍ରେମଂସୁ ଶେଖର ରଥ, ସମର ଶିକ୍ଷାର୍ଥୀ ବାହିନୀ ର ସି ଟି ଓ ଚିନ୍ମୟ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।