ରାୟଗଡା ରୁ ବୈକୁଣ୍ଠ ଦୁରିଆ -ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟିକିରି ଅଞ୍ଚଳର ଯୁବ ସାମ୍ବାଦିକ ତଥା ନିଷ୍ଠାପର ସ୍ୱେଚ୍ଛାସେବୀ ହୃଷିକେଶ ସାହୁ ଙ୍କୁ ମିଳିଛି ପ୍ରତିଷ୍ଠିତ ‘ଗୁଡ୍ ସାମାରିଟାନ୍ ଆୱାର୍ଡ’ । ରାୟଗଡା ଆରକ୍ଷ ଅଦକ୍ଷ ରାଜ ପ୍ରସାଦ,ଜିଲାପାଳ ଆଶୁତସ କୁଲକର୍ଣୀ,ଓ ଜିଲା ପରିବହନ ଅଧିକାରୀ ବିନୟ କୁମାର ପାଉଲ ଠାରୁ ରାୟଗଡା ଆରକ୍ଷ ଅଦକ୍ଷ ସଭାଗୃହ ଠାରେ ସନ୍ମାନିତ କରାଯାଇଛି।ଦୃଘଟଣା ରେ ଆହତ ହୋଇ ଛଟପଟ ହେଉଥିବା ରୋଗୀଙ୍କୁ ଆପତ୍କାଳୀନ ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସମାଜ ମଙ୍ଗଳକାରୀ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିବାରୁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।
ସୂଚନାଯୋଗ୍ୟ ଯେ, ହୃଷିକେଶ ସାହୁ ଦୀର୍ଘ ଦିନ ହେବ ସାମ୍ବାଦିକତା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ନିରୀହ, ଗରିବ ଓ ସମସ୍ୟାଘେରରେ ଥିବା ଲୋକଙ୍କ ଆୱାଜକୁ ସରକାର ଓ ପ୍ରଶାସନଙ୍କ ନଜରକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ସାମ୍ବାଦିକତା ସହିତ ଜଣେ ସ୍ୱେଚ୍ଛାସେବୀ ଭାବେ ବିପଦ ସମୟରେ ରକ୍ତଦାନ, ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ଏବଂ ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ସେ ସକ୍ରିୟ ଅଂଶଗ୍ରହଣ କରିଆସୁଛନ୍ତି।
ରାୟଗଡା ଜିଲା ପ୍ରସାସନ ପକ୍ଷରୁରାୟଗଡା ଆରକ୍ଷ ଅଦକ୍ଷ ସଭାଗୃହରେ ଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ତାଙ୍କୁ ଏହି ପୁରସ୍କାର ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ତାଙ୍କର ଏହି ନିସ୍ୱାର୍ଥପର ସେବା ଓ ନିଷ୍ଠାର ଭୂୟସୀ ପ୍ରଶଂସା କରିଥିଲେ।
ଏହି ସମ୍ମାନ ଗ୍ରହଣ କରିବା ପରେ ହୃଷିକେଶ ସାହୁ କହିଛନ୍ତି, “ଏହି ସମ୍ମାନ ମୋର ଦାୟିତ୍ୱକୁ ଆହୁରି ବଢ଼ାଇ ଦେଇଛି। ଆଗାମୀ ଦିନରେ ସମାଜ ଓ ସ୍ଥାନୀୟ ଲୋକଙ୍କ ସେବା ପାଇଁ ମୁଁ ନିଜକୁ ସଦାସର୍ବଦା ଉତ୍ସର୍ଗୀକୃତ ରଖିବି।”ତାଙ୍କର ଏହି ସଫଳତା ପାଇଁ ଟିକିରି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସ୍ଥାନୀୟ ବୁଦ୍ଧିଜୀବୀ, ସାମ୍ବାଦିକ ସଂଘ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସ୍ରୋତ ଛୁଟିବାରେ ଲାଗିଛି।ଠିକ ସେହିପରି ଟିକିରି ଅଞ୍ଚଳର ସମାଜ ସେବୀ ହରପ୍ରଷାଦ ନାୟକ, ଅବଦୁଲ ଘୋସ ଖାନ, ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ପଦ୍ମଚରଣ ନାଏକ ଙ୍କୁ ମଧ୍ୟ ଏହି ସନ୍ମାନରେ ସନ୍ମାନିତ କରିଛନ୍ତି।