ହିଞ୍ଜିଳି ଥାନା ଅନ୍ତର୍ଗତ ଚାନ୍ଦୁଲି ଗ୍ରାମର ନର୍ମଦା ମହାରଣା ନାମ୍ନୀ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବତୀଙ୍କ ପରିବାର ଲୋକେ ବାହାରକୁ ଯାଇଥିବା ବେଳେ ନିଜ ବେକରେ କୌଣସି ଧାରୁଆ ଅସ୍ତ୍ର ଲଗାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡ଼ିଥିଲା। ପରିବାର ଲୋକେ ଘରକୁ ଆସି ଦେଖିଲେ ଭିତରପଟୁ କବାଟ ବନ୍ଦ ଅଛି। କବାଟ ଭାଙ୍ଗି ଦେଖିଲା ବେଳକୁ ସେ ତଳେ ପଡିଛି ଓ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପରିବାର ଲୋକଙ୍କୁ ପଚରା ଉଚୁରା କରିଥିଲେ। କିନ୍ତୁ କୌଣସି ସନ୍ତୋଷଜନକ ସୁଚନା ମିଳୁନଥିବାରୁ ସନ୍ଦେହ ବଢୁଛି। ଆଜି ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।
Sign in
Sign in
Recover your password.
A password will be e-mailed to you.