ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ଗୁଣପୁର ଟାଉନ୍ ହଲ ପରିସରରେ ଉପଖଣ୍ଡ ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଟ ନାଗରିକ ଦିବସ ପାଳନ ହୋଇ ଯାଇଛି । ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗୁଣପୁର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସକାଳେ ପୁଷ୍ପରାଜ୍ ପୃଷ୍ଟି ଏବଂ ରାମ ପ୍ରସାଦ ସତପଥୀଙ୍କ ତତ୍ୱାବଧାନରେ ବରିଷ୍ଠଙ୍କୁ ଯୋଗ, ପ୍ରାଣାୟାମ ଆଦି ପ୍ରଶିକ୍ଷଣ ଦିଆଯାଇଥିଲା, ପରେ ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଗୁଣପୁର ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଇପାଧ୍ୟକ୍ଷ ସୁଦର୍ଶନ ଶବରଙ୍କ ଉପସ୍ଥିତିରେ “ମା କେ ନାମ ଏକ ପେଡ”, ବୃକ୍ଷରୋପଣ କରାଯାଇଥିଲା । ଏହିଦିବସ ପାଳନ ଅବସରରେ ଜଗନ୍ନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡାକ୍ତର ନିହାର ରଞ୍ଜନ ପଟ୍ଟନାୟକ, ସନ୍ତୋଷ କୁମାର ଚୌଧୁରୀ, ନମିତା ମାଝୀ, ତ୍ରୀଲୋଚନ ପଣ୍ଡା ଏବଂ ଜିତେନ୍ଦ୍ର ନାୟକ ଯୋଗଦାନ କରି ବରିଷ୍ଠ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିଲେ। ପରେପରେ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁଣପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଣୁପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲି ଶବର ମୁଖ୍ୟ ଅତିଥି, ଓ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧକ୍ଷ ସୁଦର୍ଶନ ଶବର, ବରିଷ୍ଠ କୃଷିବିତ ତଥା ସମାଜସେବୀ କୃଷ୍ଣପ୍ରସାଦ ଵେବର୍ତ୍ତା, ସେବାନିବୃତ୍ତ ସେନା ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ସଭାପତି ସାରଦା ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ । ବରିଷ୍ଠଙ୍କୁ ସମ୍ମାନ, ସେମାନଙ୍କ ଯତ୍ନ ନେବା ସହ ସେହି ବରିଷ୍ଠଙ୍କ ଉପଦେଶ ମାନିଲେ ଆମେ ଶାନ୍ତିରେ ଜୀବନ ଯାପନ କରିପାରିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ବିରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତ୍ୱିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କୃଷି ସମାଜ ସେବା ନିମନ୍ତେ କୃଷ୍ଣ ପ୍ରସାଦ ଵେବର୍ତ୍ତା ଓ ସାମାଜିକ ସମାଜ ସେବା ନିମନ୍ତେ ସାରଦା ଚନ୍ଦ୍ର ପାଣିଗ୍ରାହୀଙ୍କୁ ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସମ୍ମାନରେ ସମ୍ମାନିତ କରି ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସ୍ତ୍ମୃତିପ୍ରଭା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ କର୍ମଚାରୀ, ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିବା ବେଳେ ପ୍ରଭାତ ଶବର, ପବିତ୍ର ନୁଦୃକା, ଆରତୀ ମହାନ୍ତି ଓ ନନ୍ଦିନୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।