ଜିଓର ଦଶମ ଏନିଭର୍ସାରି ସ୍ୱତନ୍ତ୍ର ଅଫର୍: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

13

  • – ଏଥିରେ ପ୍ରତି ମାସରେ ୧୪ ଜିବି ଡାଟା ଏବଂ ଅସୀମିତ ଏଚଡି ଭଏସ କଲିଂ ସୁବିଧା ଅନ୍ତର୍ଭୁକ୍ତ ରହିଛି
  • – ୨ଜି ରିଚାର୍ଜ ଖର୍ଚ୍ଚକୁ ବିଚାର କଲେ, ୪ଜି କୁ ଉନ୍ନୀତ ହେବା ପାଇଁ ଜିଓଭାରତ ୪ଜି ଫୋନ ସହିତ ଅତିରିକ୍ତ ଖର୍ଚ୍ଚ ମାତ୍ର ୨୯୯ ଟଙ୍କା

ମୁମ୍ବାଇ, ସେପ୍ଟେମ୍ବର ୩୦, ୨୦୨୬: ଜିଓର ଦଶମ ଏନିଭର୍ସାରି ଅଫର୍ ଅଧୀନରେ, ଜିଓ ପକ୍ଷରୁ ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍ ସହିତ ୬ ମାସର ମାଗଣା ରିଚାର୍ଜ ସୁବିଧା ପ୍ରଦାନ କରାଯାଉଛି। ଏହି ଅବଧି ମଧ୍ୟରେ, ଗ୍ରାହକମାନେ ପ୍ରତି ମାସରେ ୧୪ ଜିବି ହାଇସ୍ପିଡ ଡାଟା ଏବଂ ଅସୀମିତ ଏଚଡି ଭଏସ୍ କଲିଂ ସୁବିଧା ପାଇବେ। ଏହାର ଅର୍ଥ ହେଉଛି ଯେ ଫୋନ୍ କିଣିବା ପରେ, ପରବର୍ତ୍ତୀ ଛଅ ମାସ ପାଇଁ ରିଚାର୍ଜ କରିବାର ଚିନ୍ତା ଦୂର ହୋଇଯିବ ଏବଂ ଅଲଗା ରିଚାର୍ଜ ପାଇଁ ଅତିରିକ୍ତ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ରହିବ ନାହିଁ।

କମ୍ପାନୀ ବିଶେଷ ଭାବରେ ସେହି ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି ଏହି ଅଫର୍ ଆରମ୍ଭ କରିଛି ଯେଉଁମାନେ ଏବେ ମଧ୍ୟ ୨ଜି ଫିଚର୍ ଫୋନ୍ ବ୍ୟବହାର କରୁଛନ୍ତି। ଜିଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଭଳି ଗ୍ରାହକମାନେ ସାଧାରଣତଃ ରିଚାର୍ଜ ପାଇଁ ମାସକୁ ଅତି କମରେ ପ୍ରାୟ ୧୯୯ ଟଙ୍କା ଖର୍ଚ୍ଚ କରନ୍ତି। ଛଅ ମାସରେ, ଏହି ଖର୍ଚ୍ଚ ରାଶି ପ୍ରାୟ ୧,୨୦୦ ଟଙ୍କା ହୋଇଥାଏ। ଏହାକୁ ବିଚାରକୁ ନେଲେ ଜିଓଭାରତ ସହିତ ୧,୪୯୯ ଟଙ୍କାରେ ଫୋନ୍ ଏବଂ ୬ ମାସର ରିଚାର୍ଜ ଉଭୟ ପାଇବା ଦ୍ୱାରା, ୨ଜି ରୁ ୪ଜି କୁ ଉନ୍ନୀତ ହେବାର ପ୍ରକୃତ ଅତିରିକ୍ତ ଖର୍ଚ୍ଚ ମାତ୍ର ୨୯୯ ଟଙ୍କା ହେବ। ତେବେ କିଣିବା ସମୟରେ ଗ୍ରାହକଙ୍କୁ ଏକକାଳୀନ ୧,୪୯୯ ଟଙ୍କା ଦେବାକୁ ପଡିବ।

୨ଜି ରୁ ୪ଜି କୁ ଉନ୍ନୀତ ହେବ ପରେ ହାଇ-ସ୍ପିଡ଼ ଇଣ୍ଟରନେଟ୍ ସୁବିଧା ବ୍ୟତୀତ, ଜିଓଭାରତ ଫୋନ୍ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ପ୍ରଦାନ କରୁଛି ଯେପରିକି ଜିଓଟିଭି ମାଧ୍ୟମରେ ୫୦୦ରୁ ଅଧିକ ଟିଭି ଚ୍ୟାନେଲ, ଜିଓହଟଷ୍ଟାରରେ କ୍ରିକେଟ୍, ଚଳଚ୍ଚିତ୍ର ଏବଂ ମନୋରଞ୍ଜନ କଣ୍ଟେଣ୍ଟ; ସୁମଧୁର ସଙ୍ଗୀତ ସମ୍ଭାର ଏବଂ ଜିଓ-ପେ ମାଧ୍ୟମରେ ୟୁପିଆଇ ପେମେଣ୍ଟ ସୁବିଧା।

ଏହି ଫୋନରେ ୨.୪ ଇଞ୍ଚର ଡିସପ୍ଲେ ଏବଂ ୨୦୦୦ ଏମଏଏଚ ବ୍ୟାଟେରୀ ରହିଛି। ଏହି ଏନିଭର୍ସାରି ସ୍ୱତନ୍ତ୍ର ଅଫର୍ ନିର୍ଦ୍ଦିଷ୍ଟ ଜିଓଭାରତ ମଡେଲ୍‌ଗୁଡ଼ିକ ପାଇଁ ଉପଲବ୍ଧ ହେବ ଯାହା ମଧ୍ୟରେ ରହିଛି ଜିଓଭାରତ ଏ-ୱାନ, ବି-ୱାନ, ବି-ଟୁ ଏବଂ ବି-ଥ୍ରୀ ମଡେଲ୍‌।

Leave A Reply

Your email address will not be published.