ସେବା ପଖୱାଡା ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

15

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେବା ପଖୱାଡା ଅବସରରେ ପାରଳାଖେମୁଣ୍ଡିସ୍ଥିତ ଏସ୍‌.କେ‌.ସି‌.ଜି‌. କଲେଜ ନିକଟରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମେରା ଯୁବା ଭାରତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌ସିସି ଛାତ୍ରଛାତ୍ରୀ , ମାଇ ଭାରତ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।
ମାଇ ଭାରତ ବିଭାଗ ରୁ ଭି.ଭବାନୀ ପ୍ରସାଦ , ଜାତୀୟ ଯୁବ ସ୍ୱେଚ୍ଛାସେବାରୁ ଦୁର୍ଗା ପ୍ରସାଦ ଓ ଦିବ୍ୟା ଭାରତୀଙ୍କ ଉପସ୍ଥିତିରେ ଏନ୍‌ସିସି ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ। ପରିବେଶ ସୁରକ୍ଷା , ସବୁଜ ପରିବେଶ ସୃଷ୍ଟି ଏବଂ ଯୁବପିଢ଼ିଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିସହ ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷାରେ ସକ୍ରିୟ ଭାବେ ସାମିଲ ହୋଇ ସବୁଜ ଓ ସୁସ୍ଥ ସମାଜ ଗଠନରେ ଅବଦାନ ରଖିବାକୁ ଆହ୍ୱାନ କରାଯାଇଥିଲା।

Leave A Reply

Your email address will not be published.