ବଲାଙ୍ଗିର: ବଲାଙ୍ଗିର ଉଠା ଜଳସେଚନ ବିଭାଜନ ର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସର ଗ୍ରହଣ ଅବସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ହୋଟେଲ ସରୋଜିନୀ ରେସିଡେନସି ର ସମ୍ମିଳନୀ କକ୍ଷ ରେ ଅନୁଷ୍ଠିଲ ହୋଇଯାଇଛି। ସଭାରେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ସୁବାଷ ଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ, ନିଖିଳ ଓଡ଼ିଶା ଡିପ୍ଲୋମା ଇଞ୍ଜିନିଅର ଆସୋସିଏସନ, ଦିଲ୍ଲୀପ କୁମାର ଦାସ, ଅଧିକ୍ଷଣ ଯନ୍ତ୍ରୀ, ଭବାନୀପାଟଣା ମଣ୍ଡଳ, ଓ ଅବସର ନେଉଥିବା ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଓ ତାଙ୍କ ଭଉଣୀ ସୁଶ୍ରୀ ମଞ୍ଜରୀ ଦଳାଇ ମଂଚାସୀନ ହୋଇଥିଲେ। ଉଠା ଜଳସେଚନ ନିଗମ, ବଲାଙ୍ଗିର ବିଭାଜନ ର କାର୍ଯ୍ୟାଳୟ ସହାୟିକା କିରଣବାଳା ସାହୁ ସଭା ସଂଯୋଜନା କରିଥିଲେ। ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସାମ୍ବାଦିକ, ବୁଦ୍ଧିଜୀବୀ, ରାଜନେତା, ବିଭିନ୍ନ ନିର୍ବାଚିତ ଲୋକ ପ୍ରତିନିଧି ଯୋଗ ଦେଇ ଇଂ ଦଳାଇଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାର ଦେଇ ତାଙ୍କ ପଦୋନ୍ନତି ଓ ଅବସର ସମୟରେ ବଲାଙ୍ଗୀରବାସୀଙ୍କ ଏହି ସମ୍ବର୍ଦ୍ଧନା କେବଳ ଜଣେ ଅଧିକାରୀଙ୍କୁ ସମ୍ମାନ ଜଣାଇବା ନୁହେଁ, ବରଂ ନିଷ୍ଠାପର ଓ ଜନହିତକର କାର୍ଯ୍ୟକୁ ସମ୍ମାନ ଦେବାର ଏକ ଉଦାହରଣ। ଏଭଳି ସମ୍ମାନ ଅନ୍ୟ ସରକାରୀ ଅଧିକାରୀଙ୍କୁ ମଧ୍ୟ ନିଜ ଦାୟିତ୍ୱ ପ୍ରତି ଅଧିକ ଯତ୍ନବାନ ହେବା ଓ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ କରିଥିଲେ। ସମ୍ବର୍ଦ୍ଧନା ପ୍ରତିଉତ୍ତରରେ ବଲାଙ୍ଗୀର ମାଟି ଓ ଏଠାକାର ଲୋକଙ୍କ ସହ ଦୀର୍ଘଦିନର ସମ୍ପର୍କ ତାଙ୍କ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି .ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି। କର୍ତ୍ତବ୍ୟ ପାଳନ ର ଆନନ୍ଦ ରେ ଆଜି ଅଭିଭୂତ ବୋଲି କହି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।