ପ୍ରଫୁଲ ସାହିତ୍ୟ ଉତ୍ସବ ଉଦଘାଟିତ

16


ଜଗତସିଂହପୁର ତା.30.09 : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶାଗଡ଼ସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ସ୍ବର୍ଗତ ଅନ୍ନପୂର୍ଣ୍ଣା ଦାଶଙ୍କ ସ୍ମୃତିରେ ଶିକ୍ଷାବିତ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା I ଏହି କାର୍ଯ୍ୟକ୍ରମକୁ ସାହିତ୍ୟ ଏକାଡେମୀର ଆଞ୍ଚଳିକ ମୁଖ୍ୟ କୋଲକତା,ମିହିର କୁମାର ସାହୁଙ୍କ ଦ୍ୱାରା ଉଦଘାଟନ କରିଥିଲେ I ମୁଖ୍ୟ ବକ୍ତା ପ୍ରଫେସର ଗୌରାଙ୍ଗ ଚରଣ ଦାସଙ୍କ ଦ୍ୱାରା ସାରଳା ଦାସଙ୍କ ଉପରେ ସମ୍ପାଦିତ ସାରଳା ମହାଭାରଥ ପୁସ୍ତକ ଏବଂ ଅମୁଲ୍ୟ କୃଷ୍ଣ ମିଶ୍ରଙ୍କ ଦ୍ୱାରା ରଚିତ ନାଟକ ଜୟୀରାଜ ଗୁରୁ ଉନ୍ମୋଚିତ ହୋଇଥିଲା I ଆଜିର ପ୍ରଥମ ଅଧିବେଶନରେ ଆଦି କବି ସାରଳା ଦାସଙ୍କ ମହାଭାରଥ ରେ ସାମାଜିକତା ପ୍ରସଙ୍ଗ ଉପରେ ଦୀର୍ଘ ଆଲୋଚନା ହୋଇଥିଲା I ଏହି ଆଲୋଚନାରେ ପ୍ରମୁଖ ଆଲୋଚକ ପ୍ରଫେସର ଦାସ, ଡକ୍ଟର ସାହୁ, ଶ୍ରୀଯୁକ୍ତ ପ୍ରସନ କୁମାର ଦାସ, ଡକ୍ଟର ଶରତ ମହାରଣା ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଉପସ୍ଥିତ ସାହିତ୍ୟନୁରାଗି ମାନଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା I କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ କବି ମାନଙ୍କୁ ନେଇ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହେମନ୍ତ କୁମାର ରଥ ମୁଖ୍ୟ ବକ୍ତା ଡକ୍ଟର ବିଜୟ କୁମାର ବିଶ୍ୱାଳ, ସମ୍ମାନନୀୟ ବକ୍ତା ଶ୍ରୀଯୁକ୍ତ ବିଜୟ କୁମାର ପତି, ବଂଶୀଧର ଆଚାର୍ଯ୍ୟ, ଯୋଗ ଦେଇଥିଲେ I କବିତା ଗୁଡିକୁ ଡକ୍ଟର ଶରତ ମହାରଣା ସମୀକ୍ଷା କରିବା ସହ ଶ୍ରୀଯୁକ୍ତ ଗଣେଶ ମହାନ୍ତି ସଂଯୋଜନା କରିଥିଲେ I ଏଥି ସହିତ ସ୍କୁଲ ସ୍ତରୀୟ ଏକ ବିଜ୍ଞାନ ପ୍ରଦର୍ଶନୀକୁ ପ୍ରଜ୍ଞା ମିଶ୍ର ସଂଯୋଜିତ କରିଥିଲେ I ଏହି ଅବସରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃତୀ ଶିକ୍ଷକ ପଦରାଜ ଉମାକାନ୍ତ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଉତ୍କଳ ରଞ୍ଜନ ମହାନ୍ତି, ଅମୁଲ୍ୟ ମିଶ୍ର, ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ I ଶେଷରେ ପାଠାଗାର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.