କୋଲାବିରା- କୋଲାବିରା ବ୍ଲକ ସେୱା ଅନୁଷ୍ଠାନ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଜଙ୍ଘାଲିଙ୍ଗା ମହିଳା କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍ ର ୬ଷ୍ଠ ବାର୍ଷିକ ସାଧାରଣ ପରିଷଦ ବୈଠକ ସୋମବାର ସେୱା କାର୍ଯ୍ୟାଳୟ, କୁମୁରlଡିହି ଠାରେ ଅନୁଷ୍ଠିତ ହେଇଯାଇଛି l ଉକ୍ତ ବୈଠକରେ ସେୱା ଅନୁଷ୍ଠାନର ସମ୍ପାଦକ ସୁଶୀଲ କୁମାର ଦାଶ ମୁଖ୍ୟଅତିଥି ଏବଂ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ସମୀର ରଞ୍ଜନ ଦାସ,ବୈଜ୍ଞାନିକ ତୁଳସୀ ମାଝୀ ଝାରସୁଗୁଡା, ଉଦ୍ୟାନ ବିଭାଗ କୋଲାବିରା ର ନିରୀକ୍ଷକ ଅଶୋକ କୁମାର ନାଏକ ଓ ଉଦ୍ୟାନ କୃଷି ପ୍ରଚାର କର୍ମଚାରୀ କାହ୍ନୁ ଚରଣ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ବୈଠକରେ ପରିଚାଳନା ନିର୍ଦ୍ଦେଶିକା ତିଲୋତ୍ତମା ନାଏକଙ୍କ ସହ ସମସ୍ତ ନିର୍ଦ୍ଦେଶିକା, ପ୍ରବର୍ତ୍ତକ ସଦସ୍ୟା ଏବଂ ଶେୟାରଧାରୀ ମାନେ ଉପସ୍ଥିତ ଥିଲେ। ହିସାବ ରକ୍ଷକ ସୁଜିତ ଜୟପୁରିଆ ୨୦୨୫-୨୬ ଆର୍ଥିକ ବର୍ଷର ବିବରଣୀ ଉପସ୍ଥାପନା କରିଥିଲେ ଏବଂ ୨୦୨୬-୨୭ ବର୍ଷର ବ୍ୟବସାୟିକ ଯୋଜନା ଉପସ୍ଥାପନ କରିଥିଲେ l ଏହି ବୈଠକରେ ଅଡିଟର ପୁନଃ ନିଯୁକ୍ତି ଏବଂ ଶ୍ରେଷ୍ଠ କୃଷକମାନଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଅତିଥିମାନେ କମ୍ପାନୀର ଭବିଷ୍ୟତ ଉନ୍ନତି ପାଇଁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ।
ଉକ୍ତ ବୈଠକ ଟି କୁ କୃଷି ଉତ୍ପାଦନ କ୍ଲଷ୍ଟର ର କୋଲାବିରା ଓ ଲଇକେରା ବ୍ଲକ ର ପ୍ରକଳ୍ପ ର କର୍ମୀ ତଥା ପ୍ରକଳ୍ପ ପରିଚାଳିକା ରଶ୍ମିତା ନାୟକ, ହିସାବ ରକ୍ଷକ ଶ୍ରୀକାନ୍ତ କଉଡ଼ି, ଜୀବିକା ବିଶେଷଜ୍ଞ ପଙ୍କଜ ଲୋଚନ ବର ଓ ଅନାଦି ବୁଦୁଲା, କ୍ଲଷ୍ଟର ସମନ୍ୱୟ କାରୀ ସୁଜାତା ସା, ସୁପ୍ରିୟା ମାଝୀ ଓ ରୁଷଭ ବୁଦୁଲା, ସିଆରପି ସତ୍ୟଭାମା ନାଏକ, ଡଲି ନାଏକ, ପ୍ରଫୁଲ୍ଲ କିସାନ ଓ ସଂଯୁକ୍ତା ନାଏକ, ତଥ୍ୟ ପରିଚାଳନା ସମନ୍ୱୟ କାରୀ ସଞ୍ଜୁଲତା ମହାନନ୍ଦ, ଗାୟତ୍ରୀ ଧୂରୁଆ ଓ ତୃପ୍ତିମୟୀ ନାୟକ ଯୋଗଦେଇ ନିଜ ନିଜର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ lଏଥିରେ ବିଓଡି କର୍ମୀ ମିଳିତ ହୋଇ ବିଭିନ୍ନ କବିତା, ସଂଗୀତ ମାଧ୍ୟମରେ ଉତ୍ପାଦକ କମ୍ପାନୀ ରେ ସକ୍ରିୟ ଅଂଶଗ୍ରହଣ ଓ ଆଗକୁ ନେବାର ପ୍ରେରଣା ଓ ବାର୍ତ୍ତା ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post