ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ସ୍ମାରକପତ୍ର

22

ସ୍ଥାନୀୟ ଜନସମସ୍ୟା ଓ ରାଜ୍ୟସ୍ତରୀୟ ଦାବି ନେଇ ଜୋରଦାର ଆନ୍ଦୋଳନ ଚେତାବନୀ


ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଘୁମୁସର ଅଞ୍ଚଳର ପ୍ରଶାସନିକ ମୁଖ୍ୟ ଉପଜିଲ୍ଲାପାଳଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି (PCC) ର ନିର୍ଦ୍ଦେଶକ୍ରମେ, ସ୍ଥାନୀୟ ଟାଉନ କଂଗ୍ରେସ କମିଟି ସମ୍ପାଦକ ତଥା ଯୁବ ନେତା ଶ୍ରୀ ବିଷ୍ଣୁ ପ୍ରସାଦ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ଅନନ୍ତନାଗ ରଥଙ୍କ ସଂଯୁକ୍ତ ନେତୃତ୍ୱରେ କଂଗ୍ରେସ ଦଳର କର୍ମକର୍ତ୍ତା ଓ ବରିଷ୍ଠ ଓକିଲମାନଙ୍କ ସହଯୋଗରେ ଏହି ସ୍ମାରକପତ୍ର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।
​ଏହି ଦାବିପତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ସହ ଭଞ୍ଜନଗର ଅଞ୍ଚଳର ୧୧ ଗୋଟି ମୁଖ୍ୟ ସମସ୍ୟା ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।
​ଦାବିପତ୍ରର ମୁଖ୍ୟ ୧୧ ଗୋଟି ନିର୍ଦ୍ଦିଷ୍ଟ ଦାବି:
ଜନସ୍ୱାର୍ଥ ବିରୋଧୀ MMDR 2026 ନିୟମକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ପାଠ୍ୟପୁସ୍ତକରେ ହୋଇଥିବା ସାଂଘାତିକ ତ୍ରୁଟିର ନୈତିକ ଦାୟିତ୍ୱ ନେଇ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିଅନ୍ତୁ। S.I.R ପ୍ରକ୍ରିୟାରେ ବ୍ୟାପକ ତ୍ରୁଟି ପାଇଁ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି।
​ସ୍ୱାସ୍ଥ୍ୟସେବାରେ ସୁଧାର: ଭଞ୍ଜନଗର ମୁଖ୍ୟ ହସ୍ପିଟାଲରେ ଡାକ୍ତର ଅଭାବ ପୂରଣ ସହ ରୋଗୀ ଚିକିତ୍ସାରେ ହେଉଥିବା ଅବହେଳା ବନ୍ଦ କରାଯାଉ। ସ୍ଥାନୀୟ ଅଞ୍ଚଳର ମନ୍ଦିରଗୁଡ଼ିକରୁ ମୂର୍ତ୍ତି ଓ ଅଳଙ୍କାର ଚୋରୀ ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ। ମ୍ୟୁନିସିପାଲଟି ଦ୍ୱାରା ବୃଦ୍ଧି କରାଯାଇଥିବା ଅତ୍ୟାଧିକ ଟିକସ ଆଦାୟ ପରିମାଣକୁ ହ୍ରାସ କରାଯାଉ। ଭଞ୍ଜନଗର ବସଷ୍ଟାଣ୍ଡରେ ପ୍ରତିଦିନ ନିୟମିତ ଓ ସଠିକ୍ ଭାବେ ସଫେଇ କାର୍ଯ୍ୟ ସମ୍ପାଦନ କରାଯାଉ।
ସାଧାରଣ ଜନତାଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟଶସ୍ୟର ଗୁଣବତ୍ତା ନିୟମିତ ଯାଞ୍ଚ କରାଯାଉ।
​ପେଟ୍ରୋଲ ପମ୍ପ ନିୟମାବଳୀ, ରାତି ୧୦ଟା ପରେ ପେଟ୍ରୋଲ ପମ୍ପଗୁଡ଼ିକ ବନ୍ଦ ହୋଇଯାଉଥିବାରୁ ଜରୁରୀକାଳୀନ ପରିସ୍ଥିତି ପାଇଁ ସେବା ଯୋଗାଇଦେବା ବ୍ୟବସ୍ଥା କରାଯାଉ।
​ସହରର ରାସ୍ତାଘାଟରେ ବୁଲୁଥିବା ଗାଈ ଓ କୁକୁରଙ୍କ ଦାଉରୁ ସହରବାସୀଙ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନିଆଯାଉ। କଲେଜଗୁଡ଼ିକରେ +୨ ଓ +୩ ପାଠ୍ୟକ୍ରମ ବହି ପ୍ରକାଶନରେ ହେଉଥିବା ବିଳମ୍ବକୁ ତୁରନ୍ତ ଦୂର କରାଯାଉ। ​ଜନ ଆନ୍ଦୋଳନର ଚେତାବନୀ ​ସ୍ମାରକପତ୍ର ପ୍ରଦାନ ପରେ କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଛନ୍ତି ଯେ, ସାଧାରଣ ଜନତାଙ୍କର ଏହି ମୌଳିକ ସମସ୍ୟାଗୁଡ଼ିକୁ ଯଦି ସରକାର ଓ ପ୍ରଶାସନ ଶୀଘ୍ର ଗୁରୁତ୍ୱର ସହ ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ସାଧାରଣ ଜନତାଙ୍କୁ ସାଙ୍ଗରେ ନେଇ ଭାରତୀୟ ଜାତୀୟ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ଜୋରଦାର ଗଣ-ଆନ୍ଦୋଳନ କରିବ।

Leave A Reply

Your email address will not be published.