ବିଜେଡି ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଝାରସୁଗୁଡ଼ା, ୨୯/୯: ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦିକା ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଦଳର ବରିଷ୍ଠ ନେତ୍ରୀ ସୁଜାତା ରାଉତଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଝାରସୁଗୁଡ଼ା ଜିଲ୍ଲାରେ ବିଜୁ ଜନତା ଦଳ (ବିଜେଡି) ସଂଗଠନକୁ କିପରି ଅଧିକ ସୁଦୃଢ଼ ଓ ମଜବୁତ କରାଯାଇପାରିବ, ସେ ନେଇ ବିସ୍ତୃତ ଚର୍ଚ୍ଛା ହୋଇଥିଲା।

ଏହା ସହିତ ବର୍ତ୍ତମାନର ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏମ୍ଏମ୍ଡିଆର୍ (MMDR) ବିଲ୍ ଉପରେ ଦୁଇ ନେତ୍ରୀ ଗଭୀର ଆଲୋଚନା କରିଥିଲେ। ରାଜ୍ୟ ତଥା ଝାରସୁଗୁଡ଼ା ଜିଲ୍ଲାରେ ଦେଖାଦେଇଥିବା ବିଭିନ୍ନ ଜନସାଧାରଣଙ୍କ ସମସ୍ୟା, ଯେପରିକି ବହୁ ବୃଦ୍ଧବୃଦ୍ଧା ପେନ୍ସନ୍ ନପାଇବା, ଏସ୍ଆଇଆର୍ (SIR) ରୁ ନାମ କାଟିଦିଆଯିବା, ମଣ୍ଡିରେ ଧାନ ବିକ୍ରିରେ ଅସୁବିଧା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ହୋଇପଡ଼ିବା ଆଦି ପ୍ରସଙ୍ଗରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।ବରିଷ୍ଠ ନେତ୍ରୀ ସୁଜାତା ରାଉତ ଝାରସୁଗୁଡ଼ା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେବା ସହ ଦୀପାଳି ଦାସଙ୍କ ନେତୃତ୍ୱରେ ଝାରସୁଗୁଡ଼ା ରେ ବିଜେଡି ଆହୁରି ମଜବୁତ ହେବ ବୋଲି ଦୃଢ଼ ପ୍ରକାଶ କରିଥିଲେ।ଏହି ଆଲୋଚନା ସମୟରେ ଦୀପାଳି ଦାସଙ୍କ ସହିତ ତାଙ୍କ ଭାଇ ତଥା ଝାରସୁଗୁଡ଼ାର ବିଶିଷ୍ଟ ସମାଜସେବୀ ଓ ଯୁବନେତା ବିଶାଳ ଦାସ, ଜିଲ୍ଲା ମହିଳା ସଭାନେତ୍ରୀ, କୋଲାବିରା ବ୍ଲକ୍ ସଭାପତି, କିର୍ମିରା ବ୍ଲକ୍ ସଭାପତି, ଲାଇକେରା ବ୍ଲକ୍ ସଭାପତି, ଝାରସୁଗୁଡ଼ା ବ୍ଲକ୍ ସଭାପତି, ଟାଉନ୍ ସଭାପତି ଏବଂ ଜିଲ୍ଲା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।