ତରକେରା ଧବଳେଶ୍ୱର ମନ୍ଦିରରେ ଆରଏମସିର ସମୂହ ସଫେଇ ଅଭିଯାନ

10


‘ସ୍ୱଚ୍ଛ ରାଉରକେଲା–ଆମ ପରିଚୟ’ ବାର୍ତ୍ତାରେ ସ୍ୱଚ୍ଛତା ପାଇଁ ସାମୂହିକ ପ୍ରୟାସ

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନ ଅନ୍ତର୍ଗତ ରାଉରକେଲା ମହାନଗର ନିଗମ (ଆରଏମସି) ପକ୍ଷରୁ ତରକେରାସ୍ଥିତ ଧବଳେଶ୍ୱର ଶିବ ମନ୍ଦିର ପରିସରରେ ସମୂହ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅବସରରେ ମନ୍ଦିର ପରିସର ସମେତ ଏହାର ଆଖପାଖ ଅଞ୍ଚଳରେ ସଫେଇ କରାଯାଇଥିଲା।
‘ସ୍ୱଚ୍ଛ ରାଉରକେଲା–ଆମ ପରିଚୟ’ ଏବଂ ‘ସ୍ୱଚ୍ଛ ଭାରତ–ବିକଶିତ ଭାରତ’ ବାର୍ତ୍ତାକୁ ନେଇ ଆୟୋଜିତ ଏହି ଅଭିଯାନରେ ତରକେରା ଧବଳେଶ୍ୱର ଶିବ ମନ୍ଦିର କମିଟି ସହଭାଗୀ ହୋଇ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲା।
ଏହି ସମୂହ ସଫେଇ ଅଭିଯାନରେ ରାଉରକେଲା ମହାନଗର ନିଗମର ଉପ-ପୌରାୟୁକ୍ତ ଅନିତା ନାୟକ, ରଘୁନାଥପାଲ୍ଲୀର ପୂର୍ବତନ ବିଧାୟକ ତଥା ତରକେରା ଧବଳେଶ୍ୱର ଶିବ ମନ୍ଦିର କମିଟିର ସଭାପତି ରବି ଦେହୁରୀ, ମୁଖ୍ୟ ପୂଜକ ବିରଞ୍ଚି ଦେହୁରୀ, ଅନିରୁଦ୍ଧ ସ୍ୱାଇଁ, ଅନୀଲ ସାହୁ, ଆରଏମସି ସଫେଇ ଇନ୍ସପେକ୍ଟର ଏ.କେ. ଆଚାର୍ଯ୍ୟ, ସଫେଇ ସୁପରଭାଇଜର ପ୍ରମୋଦ କୁମାର ସ୍ୱାଇଁଙ୍କ ସମେତ ସଫେଇ କର୍ମୀ ଚନ୍ଦନ ରାଜ, ବୁଲୁ ମୁଖି, ଚିତ୍ରାଲକ୍ଷ୍ମୀ ସ୍ୱାଇଁ, ଧରିତ୍ରୀ ଦକ୍ଷିଣରାୟ ଓ ବିଷ୍ଣୁପ୍ରିୟା ଦକ୍ଷିଣରାୟ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.