ବଲାଙ୍ଗିର: ଗତ ତା. ୨୬.୦୯.୨୦୨୬ ରିଖରେ ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ପୋଲିସ କଲ୍ୟାଣ ସଂଘ ପକ୍ଷରୁ ଶ୍ରୀ ନରେନ୍ଦ୍ର କୁମାର ସରଙ୍ଗୀଙ୍କ ନେତୃତ୍ୱରେ ଏକ ସୁନ୍ଦର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ପବିତ୍ର ଶ୍ରୀ ଶ୍ରୀ ତରଙ୍ଗେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଆନନ୍ଦ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ସଂଘର ସଭାପତି ଶ୍ରୀ ବିଦେଶୀ ପ୍ରଧାନ, ସମ୍ପାଦକ ଶ୍ରୀ ଦେବର୍ଚ୍ଚନ ସ୍ୱାଇଁ, କୋଷାଧ୍ୟକ୍ଷ ଶ୍ରୀ ପରକ୍ଷିତ ଅଗସ୍ତିଙ୍କ ସମେତ ସଂଘର ସମସ୍ତ ସମ୍ମାନିତ ସଦସ୍ୟ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।
ନୂଆଖାଇ ଆମ ପଶ୍ଚିମ ଓଡ଼ିଶାର ଏକ ମହାନ ଗଣପର୍ବ। ଏହି ପବିତ୍ର ଅବସରରେ ପରସ୍ପର ମଧ୍ୟରେ ଭାଇଚାରା, ସ୍ନେହ, ସୌହାର୍ଦ୍ଦ୍ୟ ଓ ଏକତାର ଭାବନାକୁ ଦୃଢ଼ କରିବା ସହିତ ସମସ୍ତେ ପରସ୍ପରକୁ ନୂଆଖାଇ ଜୁହାର ଜଣାଇଥିଲେ।
ସଂଘର ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗ ଓ ଉପସ୍ଥିତି ଯୋଗୁଁ ଏହି ଭେଟଘାଟ ଏକ ଆତ୍ମୀୟ, ଆନନ୍ଦମୟ ଓ ସ୍ମରଣୀୟ ମୁହୂର୍ତ୍ତରେ ପରିଣତ ହୋଇଥିଲା