ପଦ୍ମପୁର ଉପଖଣ୍ଡ ଡାକ୍ତର ଖାନା ସମସ୍ୟା ନେଇ କୋଶଲ ସେନାର ଆମରଣ ଅନଶନକୁ ‘ସଂକଳ୍ପ ପରିବାର’ ର ସମର୍ଥନ ।

2


ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:-ଜନସାଧାରଣଙ୍କ ମୌଳିକ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବା ଦିଗରେ ଉପଖଣ୍ଡ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର, ନର୍ସିଂ ଏବଂ ଫାର୍ମାସିଷ୍ଟ ପଦବୀ ଗୁଡ଼ିକ ଶୀଘ୍ର ପୂରଣ କରାଯାଉ। ଏହାସହ ଅପରେସନ୍ ଥିଏଟର ଏବଂ ବହିଃବିଭାଗ କୁ ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟକ୍ଷମ କରିବା ଦାବିରେ ‘କୋଶଲ ସେନା’ ପକ୍ଷରୁ ଜାରି ରହିଥିବା ଆମରଣ ଅନଶନ ଆନ୍ଦୋଳନକୁ ‘ସଂକଳ୍ପ ପରିବାର’ ବରଗଡ଼ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରାଯାଇଛି।ଆନ୍ଦୋଳନ ସ୍ଥଳ କୁ ‘ସଂକଳ୍ପ ପରିବାର’ ବରଗଡ ର ଏକ ପ୍ରତିନିଧି ଦଳ ପହଞ୍ଚି ଅନଶନକାରୀଙ୍କୁ ଭେଟିବା ସହ ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଯଥାର୍ଥ ଓ ଯୁକ୍ତିଯୁକ୍ତ ଦାବୀ କୁ ନେଇ ସମର୍ଥନ ଜଣେଇଥିଲେ l ଦୀର୍ଘ ଦିନରୁ ପଦ୍ମପୁର ଅଞ୍ଚଳରେ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଙ୍କ ଅଭାବରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଏହି ମୌଳିକ ସ୍ୱାସ୍ଥ୍ୟ ସେବା ଭଳିଆ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ଦୃଷ୍ଟି ନ ଦେବା ଦୁର୍ଭାଗ୍ୟ ଜନକ ବୋଲି ସଂକଳ୍ପ ପରିବାରର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଯଦି ଶୀଘ୍ର ଏହାର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।ସମର୍ଥନ ରେ ‘ସଂକଳ୍ପ ପରିବାର’ର ସଦସ୍ୟ ଦ୍ରୋଣ ବେହେରା, ନିରାକାର ପ୍ରଧାନ, ଆୟୁଷ୍ମାନ ବାରିକ, ପବିତ୍ର ସାହୁ,ସୁନୀଲ ପ୍ରଧାନ,ବବଲୁ ସାହୁ ଏବଂ ନାରାୟଣ ମେହେର ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ନେଇ ନିଜର ଦୃଢ଼ ସମର୍ଥନ ଜଣାଇଥିଲେ।

Leave A Reply

Your email address will not be published.