ମନମୋହନ ସାମଲଙ୍କ କଳାହାଣ୍ଡି ଗସ୍ତ: ବିଜେପିର ପ୍ରସ୍ତୁତି ବୈଠକ ସମ୍ପନ୍ନ

9

ଜିଲ୍ଲା କାର୍ଯ୍ୟକାରିଣୀ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନେଇ ଆଲୋଚନା

କଳାହାଣ୍ଡି/ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଭବାନୀପାଟଣା: ବିଜେପିର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକ ଶନିବାର ରିଷିଗାଁସ୍ଥିତ ଏସ୍‌.ଏନ୍‌. କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇଥିଲେ।
ବୈଠକରେ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଏବଂ ୨୭ ତାରିଖରେ ଆୟୋଜିତ ହେବାକୁ ଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଭାରୀ ଶିବାଜି ମହାନ୍ତି, ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ସମେତ ଜିଲ୍ଲା ପଦାଧିକାରୀମାନେ ବିଭିନ୍ନ ବିଷୟରେ ମତାମତ ରଖିଥିଲେ।
କଳାହାଣ୍ଡିର ଗଣପର୍ବ ନୂଆଁଖାଇର ଭାଇଚାରା, ସାମାଜିକ ସମନ୍ୱୟ ଓ ପାରମ୍ପରିକ ଐତିହ୍ୟକୁ ଆଧାର କରି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିବ। ରାଜ୍ୟ ସଭାପତିଙ୍କ ଗସ୍ତ ଓ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକୁ ସୁଚାରୁ ଭାବେ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।
ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ମାଲବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଓ ଆର୍ତତ୍ରାଣ ମହାପାତ୍ର, ସାରଦା ଶତପଥୀ, ସରୋଜ କର, ହିମାଂଶୁ ମେହେର, ସୁନୀଲ ବେହେରା, ଶେଷଦେବ ବେହେରା, ଧନଞ୍ଜୟ ପାତ୍ର, ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୁଷ୍ପେନ୍ଦ୍ର ସିଂ ଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସମେତ ମଣ୍ଡଳ ସଭାପତି, ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.