ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନ ମଣ୍ଡଳି ନୂଆଗାଁ ବ୍ଲକ ବାହାଡାଝୋଲା ବୁଥ୍ ନମ୍ବର ୨୧୦ରେ ୧୨୫୭ ଜଣ ଏବଂ କାପ୍ତାପଲ୍ଲୀ ପଂଚାୟତର ବେତନଟି ବୁଥ୍ ନମ୍ବର ୨୨୨ରେ ୭୯୩ ଜଣ ମତଦାତା ଆଜି ମତଦାନ କରିବେ । ଗତ ୧୮ ତାରିଖରେ ଦିତୀୟ ଚରଣ ମତଦାନ ଚାଲିଥିଲା ବେଳେ ଏହି ୨ଟି ମତଦାନ କେନ୍ଦ୍ରରେ ଇଭିଏମ ରେ ତ୍ରୁଟି ଥିବା ମତଦାନ ହୋଇପାରି ନଥିଲା । ବାହାଡାଝୋଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଓ ବେତନଟି ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର ଖୋଲାଯାଇଛି । ଏଠାରେ ସୂଚନା ଯୋଗ୍ୟଯେ ସେହିଦିନ ଗାତେରୀ ପଂଚାୟତର ଡାକଢୋଲ ପ୍ରୋଜେକ୍ଟ ଅପର ପ୍ରାଇମେରୀ ସ୍କୁଲରେ ୨୦୩ନମ୍ବର ବୁଥ୍ ଏବଂ ମାଳିସାହି ପଂଚାୟତ ଢିପମାଳ ପ୍ରୋଜେକ୍ଟ ଅପର ପ୍ରାଇମେରୀ ସ୍କୁଲ ୧୭୫ ନମ୍ବର ବୁଥର ସବୁ ଠିକ୍ ଠାକ୍ ଥାଇମଧ୍ୟ ଭୋଟ ଗ୍ରହଣ ହୋଇ ପାରିନଥିଲା । ଡାକଢୋଲ, ଢିପାମାଳ, ଚକାପଥର, ଗୋଛାବାଡି, ରାଜନପଲ୍ଲୀ ଗ୍ରାମବାସୀ ମାନଙ୍କର ବିକାଶ ଦୁରର କଥା ମୈାଳିକ ସୁବିଧାରୁ ଏମାନେ ବଂଚିତ ଥିବାରୁ ସମସ୍ତ ମତଦାତାମାନେ ମତଦାନରୁ ବିରତ ରହିବାକୁ ନିସ୍ପତି ନେଇଥିଲେ । ଏବଂ ଏହି ୨ଟି ବୁଥରେ ମତଦାନ ସମ୍ପର୍କରେ ବର୍ତମାନ ସୁଧା କୈାଣସି ନିସ୍ପତି ଗ୍ରାହଣ କରାଯାଇନଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.