‘ଜ୍ଞାନୋଦୟ’ – ଶିକ୍ଷାରୁ ସମୃଦ୍ଧି (କେଜିରୁ ପିଜି ନିଃଶୁଳ୍କ ଶିକ୍ଷା) ଯୋଜନା ଅଧୀନରେ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଦ୍ଵିତୀୟ କିସ୍ତିର ୧୫% ବାବଦ ୧୪.୩୪ କୋଟି ଟଙ୍କା ଅର୍ଥରାଶି SAMS ମାଧ୍ୟମରେ ସିଧାସଳଖ ପ୍ରଦାନ କରାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏହାପୂର୍ବରୁ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଥମ କିସ୍ତିର ୧୦% ବାବଦ ୯.୫୬ କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା
ଆଗାମୀ ଦିନରେ ‘ଜ୍ଞାନୋଦୟ’ ଯୋଜନା ଅଧୀନରେ ରହିଥିବା ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ତୃତୀୟ କିସ୍ତି (୨୫%), ଚତୁର୍ଥ କିସ୍ତି (୨୫%) ଓ ପଞ୍ଚମ କିସ୍ତି (୨୫%) ବାବଦରେ ଅର୍ଥରାଶି ପ୍ରଦାନ କରାଯିବ।