ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରା :ସୀତାଙ୍କୁ ଉଦ୍ଧାର ପାଇଁ ପ୍ରଭୁ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କ ଯୁଦ୍ଧା ଯାତ୍ରା

0

ଓଡ଼ଗାଁ(ଶ୍ରୀକାନ୍ତ ଦାଶ) : ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର  ନବମ ଦିନ ସନ୍ଧ୍ୟାରେ ପ୍ରଭୁ ଯୁଦ୍ଧଯାତ୍ରା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ମୁକ୍ତ କରିବା ପାଇଁ ଭକ୍ତ ହନୁମାନ ଓ ଯୁବରାଜ ଅଙ୍ଗଦଙ୍କ ସ୍କନ୍ଧରେ ବସି ଲଙ୍କା ଅଭିଯାନରେ ବାହାରିବା ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥିଲା । ଅଷ୍ଟ ସେନାଧ୍ୟକ୍ଷ ଅସ୍ତ୍ର ଶସ୍ତ୍ରରେ ସଜିତ ହୋଇ ଯୁଦ୍ଧ ପାଇଁ ବାହାରି ପଡିଥିଲେ । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ଅଷ୍ଟ ସେନାଧ୍ୟକ୍ଷ ଓ ବାନରସେନାଙ୍କ ସହାୟତାରେ ମାତା ସୀତାଙ୍କୁ ଉଦ୍ଧାର କରିବା ସହିତ ପ୍ରବଳ ପ୍ରତାପୀ ରାବଣର ନିଧନ ଘଟାଇବୋ । ଲଙ୍କା ବିଜୟ କରି ମାତା ସୀତାଙ୍କୁ ମୁକ୍ତ କରିବା ସହିତ ବିଭୀଷଣଙ୍କୁ ଲଙ୍କାର ରାଜା ଭାବରେ ଅଭିସିକ୍ତ କରି ବନ୍ଧୁତ୍ୱ ନିଦର୍ଶନ ପ୍ରତିପାଦିତ କରିବେ । ପ୍ରଭୁ ଶ୍ରୀରାମ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ଫେରିବେ । ଆଜି ପ୍ରଭୁଙ୍କର ଯୁଦ୍ଧଯାତ୍ରା ସନ୍ଧ୍ୟା ବେଶକୁ ଉପଲକ୍ଷ୍ୟ କରି ସ୍ଥାନୀୟ ମହୋସôବ ପଡିଆରେ ଓଡଗାଁ ରାବଣ ପୋଡି କମିଟି ଆନୁକୁଲ୍ୟରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଓଡଗାଁ ରାବଣ ପୋଡି କମିଟି ଆନୁକୁଲ୍ୟରେ ଅନୁଷ୍ଠିତ  ଏଇ କାର୍ଯ୍ୟ କ୍ରମରେ ଶ୍ରୀ ଜିଉଙ୍କ ମନ୍ଦିର ଠାରୁ ରାମ, ଲକ୍ଷ୍ମଣ, ହନୁମାନ ଆଦି ଅଷ୍ଟ ଯୋଦ୍ଧା ସହିତ ବାନର ସେନାର ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ରାବଣ ପୋଡି ଉତ୍ସବ ସ୍ଥଳରେ ପହଁଚିଥିଲା । ରାବଣ ପ୍ରତିମୂର୍ତୀରେ ଅଗ୍ନି ସଂଯୋଗ ପରେ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ହଜାର ହଜାର ଭକ୍ତ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଆସନ୍ତା କାଲି ଅନ୍ତିମ ସନ୍ଧ୍ୟାରେ ପ୍ରଭୁଙ୍କର ରାଜ୍ୟାଭିଷେକ ବେଶ ଅନୁଷ୍ଠିତ  ହେବ ।

Leave A Reply

Your email address will not be published.