ବେଲଗୁଣ୍ଠା,୨୧/୦୯, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ, ନେଟଙ୍ଗା ମଣ୍ଡଳର ବିରିପୁର ପଲ୍ଲୀ ପରିଷଦର ସ୍ବର୍ଗତ କୋଷାଧ୍ୟକ୍ଷ ବିଦ୍ୟାଧର ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପଲ୍ଲୀ ପରିଷଦ ସଭାପତି ସନ୍ତୋଷ କୁମାର ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସ୍ବର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରାଯିବା ସହ ତାଙ୍କ ଅମାୟିକ ବ୍ୟବହାର, ସମାଜ ପ୍ରତି ନିଷ୍ଠା ଓ ସେବାମୂଳକ କାର୍ଯ୍ୟକୁ ସ୍ମରଣ କରାଯାଇଥିଲା ମଣ୍ଡଳ କୋଷାଧ୍ୟକ୍ଷ କୁନା ପରିଡ଼ା, ପଲ୍ଲୀ ପରିଷଦ ସହସମ୍ପାଦକ ରତ୍ନ ସାଗର ମଲ୍ଲିକ ପ୍ରମୁଖ ସ୍ମୃତିଚାରଣ କରି ସ୍ବର୍ଗତ ବିଶ୍ୱାଳଙ୍କ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ। ସଭାରେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପୂର୍ବତନ ସଭାପତି ରମେଶ ଚନ୍ଦ୍ର ବିଶ୍ୱାଳ, କୁମୁଦ କୁମାର ସ୍ବାଇଁ, ମୃତ୍ୟୁଞ୍ଜୟ ସ୍ବାଇଁ, ଗୋପାଳକୃଷ୍ଣ ସ୍ବାଇଁଙ୍କ ସମେତ ସମାଜର ବହୁ ସଦସ୍ୟ ଉପସ୍ଥିତ ଥିଲେ। ସ୍ବର୍ଗତ ବିଶ୍ୱାଳଙ୍କ ଦୁଇ ପୁଅ ଧର୍ମେନ୍ଦ୍ର ଓ ରବୀନ୍ଦ୍ର ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ପ୍ରତାପ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।