ଦିନ ୧୧ ଟା ରେ ଭାଲୁ ପଶିଆସିଲେ  ବସ୍ତି ଭିତରକୁ

0

ନୂଆପଡା /ପ୍ରିୟବ୍ରତ ପଣ୍ଡା , ସିନାପାଲୀ ବ୍ଲକ ର ଗମ୍ଭାରିଗୁଡା ଗ୍ରାମ ବର୍ଷକୁ ପ୍ରାୟ ସବୁମାସ ଚର୍ଚା ରେ ରୁହେ ଜଙ୍ଗଲି ପଶୁ ମାନେ ବସ୍ତି ଭିତରକୁ ଚାଲିଆସନ୍ତି ସନ୍ଧାନରେ ଆସିବା ତ ଅଲଗା କଥା ଦିନ ୧୧ ଟା ରେ ଭାଲୁ ପଶିଆସିଛି ବସ୍ତି ଭିତରକୁ । କିଛି ମାସ ତଳେ ଠିକ ଏମିତି ଭାଲୁ ଗାଁ ଭିତର କୁ ପଶି ଆସିଥିଲା ଏବଂ କିଛି ଜଣ ଙ୍କୁ ଖଣ୍ଡିଆ ଖାବରା କରି ଥିଲା ଆହତ ମାନଙ୍କ ଭିତରୁ ଗମ୍ଭାରିଗୁଡା ର କ୍ରସର ପଡା ର ଜଣେ ବ୍ୟକ୍ତି ଙ୍କୁ ପ୍ଲାଷ୍ଟିକ ସର୍ଜରି କରିବା କୁ ପଡିଥିଲା ହେଲେ ଏଯାବତ ଆହତ ମାନଙ୍କୁ ବନ ବିଭାଗ ତରଫ ରୁ କୋଣସି ପ୍ରକାର ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ଆଜି ଏହି ଗ୍ରାମ ର ରୁଦେନ ପଟେଲ ଙ୍କ ଘରେ ଭାଲୁ ପଶିଗଲା ଏବଂ ଭୟ ରେ ଲୋକେ ଭାଲୁକୁ କବାଟ ବନ୍ଦ କରିରଖିଛନ୍ତି ହେଲେ ଭାଲୁ ଘର ର ଆସବାବପତ୍ର ଗୁଡିକୁ ନଷ୍ଟ କରି ଚାଲିଛି । ଘଟନା କୁ ୩ ଘଣ୍ଟା ବିତିଗଲା ପରେ ମଧ୍ୟ ବନ ବିଭାଗ ତରଫ ରୁ କେହି ଆସିନ ଥିଲେ ଆମ ପ୍ରତିନିଧି ରେଞ୍ଜର ଙ୍କୁ ଫୋନ ଯୋଗେ ସମ୍ପର୍କ କରିବାପରେ  ବନ ବିଭାଗ ତତ୍ପରତା ଦେଖେଇ କିଛି କର୍ମଚାରୀ ଙ୍କୁ ଘଟଣା ସ୍ଥଳ କୁ ପଠେଇ ଥିଲା ହେଲେ ପାଖରେ ନଥିଲା କୌଣସି ଉପକରଣ ପଚାରି ବା ରୁ କର୍ମଚାରୀ ମାନେ ସନ୍ଧ୍ଯା ହେଲାପରେ ଭାଲୁ କୁ ଦରଜା ଖୋଲି ଘୌଡାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ହେଲେ କେହି ବୁଝିବାକୁ ଚେଷ୍ଟା କାଲେ ନାହି ଯେ ବିଧବା ଗରିବ ରୁଦେନ ପଟେଲ ଘରକୁ ପଶି ନ ପାରି ଭୋକ ରେ ବିକଳ ହେଉଛନ୍ତି । ଦୁତୀୟ ବିଷୟ ଯେ ତାଙ୍କ ର ନଷ୍ଟ ହୋଇଥିବା ଆସବାବ ଅବମ ଗୃହାପୋକରଣ ର କ୍ଷୟକ୍ଷତି ର ଭରଣା ଦେବ କିଏ ଯଦି ବନ ବିଭାଗ ତା ହେଲେ ତ ଛାମୁ ଯାହା ଦେଲେ ହରଷେ ପାଉପାଉ ଜୀବ ବରଷେ ।  

 

Leave A Reply

Your email address will not be published.