ବେଲଗୁଣ୍ଠା, 20/9: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଗୋବରା ନିକଟସ୍ଥ ବାସୁଦେବପୁର ଗ୍ରାମର ଅବସରପ୍ରାପ୍ତ ଭାରତୀୟ ବାୟୁ ସେନା କର୍ମଚାରୀ ଅଜୟ କୁମାର ଶତପଥୀ (୭୩)ଙ୍କ ଶନିବାର ସକାଳ ପ୍ରାୟ ୬ଟା ସମୟରେ ପରଲୋକ ଘଟିଛି। ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ସରୋଜିନୀ , ଝିଅ ସୁନୀତା ଓ ସୁପ୍ରଭା , ଜ୍ୱାଇଁ ଭୋଳାନାଥ ରଥ ଓ ଆଦିତ୍ୟ ତ୍ରିପାଠୀ, ପୁଅ ରାକେଶ ଶତପଥୀଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ପରିବାର, ବନ୍ଧୁବର୍ଗ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ମୃତ୍ୟୁରେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ତଥା ପୁର୍ବତନ ସମିତିସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ଯୁବ ସମାଜସେବୀ ରାଧାସ୍ୱାମୀ ରାଜୁ, ୱାର୍ଡ ସଭ୍ୟ ସରୋଜ ସ୍ୱାଇଁ, ସାମ୍ବାଦିକ ପଞ୍ଚାନନ ସାହୁ ଓ କୃଷ୍ଣଚନ୍ଦ୍ର ପଟନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ତାଙ୍କ ମରଶରୀରକୁ ଗ୍ରାମ ଶ୍ମଶାନକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁଅ ରାକେଶ ଶତପଥୀ ମୁଖାଗ୍ନି ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post