ଗୋବରା ରେ ଶାନ୍ତି ହୋମ

9


ବେଲଗୁଣ୍ଠା, ୨୦/୦୯,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଗୋବରା ଗ୍ରାମ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳ ନବମୀ ତିଥି ରେ ଗ୍ରାମ ପରିଚାଳନା ମୁଖ୍ୟ ରାମକୃଷ୍ଣ ପାତ୍ରଙ୍କ ଅଧକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ଶାନ୍ତି ହୋମ ଅନୁଷ୍ଠିତ ହୋଇଯାଇଛି l କର୍ତ୍ତା ରୂପେ ରାମଚଦ୍ର ପାତ୍ର ଯୋଗ ଦେଇ ଗ୍ରାମ ର ବିଭିନ୍ନ ମନ୍ଦିର ହୋମ କାର୍ଯ୍ୟକ୍ରମ କରିଥିଲେ l
ପୁରୋହିତ ରୂପେ ପଣ୍ଡିତ ତପନ କୁମାର ଶତପଥି, ନାରାୟଣ ହୋତା,ଅଶୋକ କୁମାର ଶତପଥି, କାହ୍ନୁ ଚରଣ ହୋତା, ଅଜିତ କୁମାର ଶତପଥି, ସତ୍ୟନାରାୟଣ ତ୍ରିପାଠୀ, ନାରାୟଣ ଶତପଥି ଯୋଗ ଦେଇଥିଲେ l ସଞ୍ଜୟ କୁମାର ପାଣିଗ୍ରାହୀ, ଜଗନ୍ନାଥ ଚୌଧୁରୀ, ଖଦାଳ ପାତ୍ର, ତ୍ରିନାଥ ଗୌଡ଼, ରାମ ଚନ୍ଦ୍ର ପାତ୍ର, ଶ୍ରୀନିବାସ ସାହୁ, ଗନ୍ଦିଆ ପାତ୍ର କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l ଶେଷରେ ସଂକୀର୍ତନ ମଣ୍ଡଳୀ ଙ୍କ ଦ୍ୱାରା ସୋଭାଯାତ୍ରା କରି ଗ୍ରାମର ପ୍ରତେକ ଘରେ ହୋମ ଜଳ ଛିଞ୍ଚନ କରାଯାଇଥିଲା l

Leave A Reply

Your email address will not be published.