ଘୁମୁସର ପ୍ଲମ୍ବର୍ ଓ ଇଲେକ୍ଟ୍ରିକାଲ ସଂଘର ବିରାଟ ଓ ଭବ୍ୟ ବୈଠକ ଅନୁଷ୍ଠିତ: ଭଞ୍ଜନଗରରେ ନୂତନ ସ୍ଥାୟୀ କମିଟି ଗଠିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର, ୨୦ ସେପ୍ଟେମ୍ବର ୨୦୨୬: ଭଞ୍ଜନଗର ଭେଜିପୁଟ୍ ରେ ଥିବା ଭବ୍ୟ ଆକର୍ଷଣୀୟ ମାଁ ବ୍ରାହ୍ମଣୀଦେବୀ ମନ୍ଦିର ପ୍ରାଙ୍ଗଣରେ ଆଜି ୨୦ ତାରିଖ ରବିବାର ୨୦୨୬ ଦିନ “ଘୁମୁସର ଇଲେକ୍ଟ୍ରିକାଲ ଓ ଫ୍ଲମ୍ବର୍ ସଂଘ” ର ଏକ ବିରାଟ ବୈଠକ ସଫଳତାର ସହ ଶତାଧିକ ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଘୁମୁସର ଅଞ୍ଚଳର ଶତାଧିକ ବହୁ ଅଭିଜ୍ଞ ଇଲେକ୍ଟ୍ରିକାଲ ଓ ଫ୍ଲମ୍ବର କାରିଗର ଯୋଗଦେଇଥିଲେ। ପୂର୍ବରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଐତିହାସିକ ଗ୍ରାମ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପାଖରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ଏହା ଥିଲା ସଂଘର ଦ୍ବିତୀୟ ଵିରାଟ ବୈଠକ ଓ ସ୍ଥାୟୀ କମିଟି ଚୟନ କାର୍ଯ୍ୟକ୍ରମ। ଆଜିର ଏହି ବୈଠକରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତି ଓ ସର୍ବସମ୍ମତି କ୍ରମେ ସଂଘକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏକ ନୂତନ ସ୍ଥାୟୀ କମିଟି ଗଠନ କରାଯାଇଛି। ଆଜିର ଏହି ଘୁମୁସର ଇଲେକ୍ଟ୍ରିକାଲ ଓ ଫ୍ଲମ୍ବର୍ ସଂଘ ର ବୈଠକ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରମୋଦ କୁମାର ସାହୁ ( ବ୍ରହ୍ମପୁର ଶ୍ରମ ଅଦାଲତର ଆଇନଜୀବୀ) ଓ ଶ୍ରୀ ଦଣ୍ଡପାଣି ପ୍ରଧାନ ( ଭଞ୍ଜନଗର ବାର୍ ଆସୋସିଏସନର ଆଇନଜୀବୀ ସହିତ ଭଞ୍ଜନଗର ସହରର ଏକମାତ୍ର ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ର ଉପଦେଷ୍ଟା) ଯୋଗଦାନ କରି ବୈଠକ ରେ ମଞ୍ଚାସିନ ଥିଲେ। ଘୁମୁସର ଇଲେକ୍ଟ୍ରିକାଲ ଓ ଫ୍ଲମ୍ବର୍ ସଂଘ ର ବରିଷ୍ଠ ସଦସ୍ୟ ପି କିଶୋର ରାଓ ଆଜିର କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କୁ ଆମନ୍ତ୍ରଣ ସ୍ଵାଗତ ଭାଷଣ ଓ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏବଂ ସୁମିତ୍ କୁମାର ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ର ବିବରଣୀ ଗୋଟିଏ ପରେ ଗୋଟିଏ ପାଠ କରିଥିଲେ।
ଶତାଧିକ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଓ ସହମତି ରେ ପଦ ପଦବୀ ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଥିଲା |ସଭାପତି ଭାବରେ ପି.କିଶୋର କୁମାର ରାଓ, ଉପସଭାପତି ଭାବରେ ସନ୍ତୋଷ କୁମାର ପଟ୍ଟନାୟକ, ସମ୍ପାଦକ ଭାବରେ ସୁଶିଲ୍ କୁମାର ଗୈ।ଡ଼,ସହ ସଂପାଦକ ଭାବରେ ରବିନ୍ଦ୍ର ଦାସ, ସହାୟକ ସମ୍ପାଦକ ଭାବରେ ସୁମିତ୍ କୁମାର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଭାବରେ ସଂଗ୍ରାମ କେଶରୀ ପଣ୍ଡା ଙ୍କ ନାମ ଘୋଷଣା କରାଯାଇଥିଲା ଓ ଏମାନଙ୍କୁ ନେଇ ଏକ ସ୍ଥାୟୀ କମିଟି ଗଠନ କରାଯାଇଛି। ଏଥିସହିତ ଏହି କମିଟିରେ ୧୪ ଜଣ କାର୍ଯ୍ୟକାରୀ ସଦସ୍ୟ ଙ୍କୁ ମଧ୍ୟ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ରାଜେନ୍ଦ୍ର ରାଉତ,ଅରୁଣ କୁମାର ବେହେରା,ପି.ବେଲେଶ୍ଵର ପାତ୍ର, ଅଦିତ୍ୟ କୁମାର ସାହୁ, ବିନାୟକ ଗୈ। ଡ଼, ସିମାଞ୍ଚଳ ପଟ୍ଟନାୟକ,ବାଵୁ ଆରୁଖ, ହରପ୍ରସାଦ ବିଷୋୟୀ, ପିତବାସ ସ୍ଵାଇଁ, ସଞ୍ଜୟ ରଥ, ସଞ୍ଜୟ କୁମାର ନାୟକ, ରାଘବ ଦାସ, ସାନ୍ତୁନୁ ମିଶ୍ର ଓ ଦୁତୀ କୃଷ୍ଣ ମହାରଣା ଅନ୍ୟତମ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ପ୍ରମୋଦ କୁମାର ସାହୁ ଏବଂ ଆଇନଜୀବୀ ଦଣ୍ଡପାଣି ପ୍ରଧାନ ମଞ୍ଚାସୀନ ହୋଇ ସଦସ୍ୟମାନଙ୍କୁ ଦିଗଦର୍ଶନ ଦେଇଥିଲେ। ନିଜର ଓଜସ୍ୱୀ ଭାଷଣରେ ଅତିଥିଦ୍ୱୟ ସଂଘର ଗୁରୁତ୍ବ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।
ଏକ ସୁଦୃଢ଼ ସଂଘ କିପରି ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରିପାରିବ ଏବଂ ସେମାନଙ୍କୁ ଏକତ୍ରିତ କରିପାରିବ, ସେ ନେଇ ବିସ୍ତୃତ ଚର୍ଚ୍ଚା ହୋଇଥିଲା।
ତତ୍ ସହିତ ସଂଘକୁ ସରକାରୀ ସ୍ତରରେ ପଞ୍ଜୀକୃତ (Registration) କରିବା ଦ୍ୱାରା ସଦସ୍ୟମାନେ କିପରି ବିଭିନ୍ନ ସରକାରୀ ଯୋଜନା, ସୁରକ୍ଷା ଓ ଆଇନଗତ ସୁବିଧା ପାଇପାରିବେ, ସେ ସମ୍ପର୍କରେ ବ୍ୟାଖ୍ୟା କରାଯାଇଥିଲା। ସଂଘର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ସଦସ୍ୟଙ୍କ ମଧ୍ୟରେ କିପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ, ପାରସ୍ପରିକ ସହଯୋଗ ଏବଂ ସମ୍ମାନ ବଜାୟ ରହିବ, ସେଥିପାଇଁ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ ସଂଘର ଶତାଧିକ ଇଲେକ୍ଟ୍ରିକାଲ ଓ ପ୍ଲମ୍ବର ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଆଗାମୀ ଦିନରେ ସଂଘକୁ ଆହୁରି ମଜବୁତ୍ କରିବା ପାଇଁ ଶପଥ ଗ୍ରହଣ କରାଯାଇଥିଲା। ସଂଘକୁ ଅଧିକ ମଜବୁତ ଓ ସୁଦୃଢ଼ କରିବା।
ସଦସ୍ୟଙ୍କ ସୁବିଧା-ଅସୁବିଧା ଓ ଆପଦ-ବିପଦରେ ପରସ୍ପରକୁ ସାହାଯ୍ୟ ସହଯୋଗ ଯୋଗାଇଦେବା। ଏବଂ ଏହି ସ୍ଥାୟୀ କମିଟି କୁ ସୁଚାରୁ ରୂପେ ସମ୍ପାଦନା କରି ଦୀର୍ଘ ସ୍ଥାୟୀ କରିବା ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ କଥା ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଶାନ୍ତିଶୃଙ୍ଖଳା ଓ ସଦ୍ଭାବନା ମଧ୍ୟରେ ସମ୍ପନ୍ନ ହୋଇଥିବାରୁ ଶେଷରେ ନବନିର୍ବାଚିତ ସମ୍ପାଦକ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।