ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକସ୍ଥିତ କଇଠପଦର ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ , ଗଜପତି ଜିଲ୍ଲା ପରିଷଦର ସଭାପତି ଗାବରା ତିରୁପତି ରାଓ , ରାୟଗଡ ବ୍ଲକର ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାଏକ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢୀ , ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଓ୍ଵାଇ.କ୍ରିଷ୍ଣାରାଓ ପ୍ରମୁଖ ଅତିଥି ଭାବେ ମଂଚାସୀନ ଥିଲେ।
ଜିଲ୍ଲାର ସମସ୍ତ ୭ଟି ଆଦର୍ଶ ବିଦ୍ୟାଳୟର ଅଧ୍ଯକ୍ଷ/ଅଧ୍ୟକ୍ଷା ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାସହ ନିଜର ସୁନ୍ଦର ଭବିଷ୍ଯତ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଏହି ବିଦ୍ୟାଳୟର ଛାତ୍ର କାହ୍ନୁ ଭୂୟାଁ ନିକଟରେ ନିଟ୍ ରେ ସଫଳତା ହାସଲ କରି ଭେଷକ ବିଦ୍ୟାରେ ନାମଲେଖାଇଥିବାରୁ ତାଙ୍କୁ ଅତିଥିମାନେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ମୋନଜ କୁମାର ବେହେରା , ୱାଇ . ଶିବ କୁମାର , ସୁଲତା ଶୁଭଦର୍ଶୀନୀ , ମନୋଜ କୁମାର ପଟ୍ଟନାୟକ , ୱାଇ. ଧର୍ମ ରାଓ , ପି.ସେଶଗିରି , ରାମକାନ୍ତ ବାରାଡ , କିଶୋର ଦାସ , ଶ୍ୟାମସୁନ୍ଦର ଗନ୍ତାୟତ , ହରେକୃଷ୍ଣ ମିଶ୍ର , ଆମୋଶ ଲିମା , ରାମକାନ୍ତ ପଟ୍ଟନାୟକ , ଡି. ପ୍ରିୟଙ୍କା , ଉର୍ମିଳା ପଟ୍ଟନାୟକ , ନରସିଂହ ଚରଣ ପଟ୍ଟନାୟକ , ଗୁରୁ ରଘୁନାଥ ପାତ୍ର ପ୍ରମୁଖ ବିଚାରକ ମଣ୍ଡଳୀ ଭାବେ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମକୁ କଇଠପଦର ଆଦର୍ଶ ବିଦ୍ୟାଳୟର ଅଧ୍ଯକ୍ଷା ସନ୍ତୋଷିନୀ ପାଢୀ ଏବଂ ଅନ୍ଯାନ୍ଯ ଶିକ୍ଷକ/ଶିକ୍ଷୟତ୍ରୀ ପରିଚାଳନା କରିଥିଲେ। ଶେଷରେ ମନୋରଂଜନ କାର୍ଯ୍ୟକ୍ରମ ହୋଇଥିଲା।