ହିଞ୍ଜିଳିକାଟୁରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ।

13

ହିଞ୍ଜିଳିକାଟୁ:୧୬/୦୯/୨୬(ରଜତ ପଟ୍ଟନାୟକ)ହିଞ୍ଜିଳିକାଟୁର ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ଟାଇକଣ୍ଡ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରୀଡ଼ା ମହୋତ୍ସବରେ ଜିଲ୍ଲା ଅଧୀନସ୍ଥ ସମସ୍ତ ବିଦ୍ୟାଳୟରୁ ୧୪ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ବର୍ଗରୁ ୧୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଭାଗିରଥୀ ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ କଳାମନ୍ଦିର ପରିଚାଳକ ଲିଙ୍ଗରାଜ ସାହୁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ସହିତ ଶୃଙ୍ଖଳା, ନେତୃତ୍ୱ ଓ ଦଳଗତ ମନୋଭାବ ବିକାଶରେ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ପାତ୍ରପୁର କ୍ରୀଡ଼ା ସମ୍ପାଦକ ଅରୁଣ ମହାନ୍ତି, ରଙ୍ଗେଇଲୁଣ୍ଡା କ୍ରୀଡା ସମ୍ପାଦକ ସୀତାରାମ ବେବର୍ତ୍ତା,ମେଡିକାଲ କ୍ୟାମ୍ପସ କ୍ରୀଡ଼ା ଶିକ୍ଷକ ଅରୁଣ ପ୍ରଧାନ,ହିଞ୍ଜିଳିକାଟୁ ବ୍ଲକ୍ କ୍ରୀଡ଼ା ସମ୍ପାଦକ ବିଭୂତି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ ହେବା ସହ ନିଜ ପ୍ରତିଭାର ବିକାଶ ପାଇଁ ପ୍ରେରଣା ଦେଇଥିଲେ।ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପ୍ରତିଯୋଗିତାରେ ଭାଗ ନେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ବୃନ୍ଦ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଟାଇକଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।ସମଗ୍ର କାର୍ଯ୍ୟକ୍ରମକୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୁସୁମିି କ୍ରୀଡ଼ା ଶିକ୍ଷକ ଅମ୍ବିକା ପ୍ରସାଦ ଦାସ ଙ୍କ ସମେତ ତାଙ୍କ ଟିମ୍ ପରିଚାଳନା କରିଥିଲେ ଏବଂ ସମସ୍ତ କ୍ରୀଡ଼ା ଶିକ୍ଷକ ସକ୍ରିୟ ସହଯୋଗ କରିଥିଲେ।କ୍ରୀଡା ଶିକ୍ଷକ ସମୀର ପଟ୍ଟନାୟକ ଧନ୍ୟବାଦ ଦେଇଥିବା ବେଳେ ଶିକ୍ଷକ ଚିନ୍ମୟ ପୋଲାଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.