ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ତରଫରୁ “ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଇନ୍ଧନ ଓ ଶକ୍ତି ଉତ୍ପାଦନ” ବିଷୟକୁ ନେଇ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଚିତ୍ରକାର ଲକ୍ଷ୍ମୀପୁର ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଛାତ୍ରଛାତ୍ରୀ ମାନେ ପ୍ଲାଷ୍ଟିକ ଆବର୍ଜନା ଗୁଡ଼ିକର ପ୍ରତ୍ୟାଖାନ , ସମ୍ବରଣ , ପୁନଃବ୍ଯବହାର , ପୁନଃଉପଯୋଗ ଓ ପୁନଶ୍ଚକ୍ରଣ ମାଧ୍ୟମରେ ସେଗୁଡ଼ିକର ସଦୁପଯୋଗ କରିବାର ବିଧି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପ୍ଲାଷ୍ଟିକ ଆବର୍ଜନାରୁ ଶକ୍ତି ଓ ଇନ୍ଧନ ଉତ୍ପାଦନ କରିବା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଏବଂ ଏହାର ସାମାଜିକ ଉପକାରିତା ବିଷୟରେ ଗ୍ରାମବାସୀମାନେ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି
ଅଙ୍ଗନୱାଡି ୱାର୍କର ନାଗମ୍ମା କୋରାଇ ଦିଦି ଓ ଆଶା ଦିଦି ସୁନିତା ଚିନ୍ତାଡ଼ାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା।
ପ୍ରକାଶ ଥାଉକି ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ଆୟୋଜିତ ହେବାକୁଥିବା ଜିଲ୍ଲାସ୍ତରୀୟ “ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ” ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ନିମନ୍ତେ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post