କୋରାଇ କଂଗ୍ରେସ୍ ର ପଂଚାୟତ ନିର୍ବାଚନ ପାଇଁ ବୈଠକ

10

ଯାଜପୁର : 19/09/26 କୋରେଇ ବ୍ଲକ ପାଟରଙ୍ଗା ପଂଚାୟତର ଅଶୋକଝର ଗ୍ରାମରେ କଂଗ୍ରେସ କର୍ମୀମାନଙ୍କର ଏକ ବୈଠକ ବରିଷ୍ଠ କଂଗ୍ରେସ କର୍ମୀ ଚକ୍ରଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଥିଲା l ଉକ୍ତ ବୈଠକରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ହରେକୃଷ୍ଣ ସାହୁ ଯୋଗଦେଇ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସମସ୍ତ କଂଗ୍ରେସ କର୍ମୀ ଏକଜୁଟହୋଇଦଳୀୟ ପ୍ରାର୍ଥୀଙ୍କୁସମର୍ଥନ ଜଣାଇବାକୁ ନିବେଦନ କରିଥିଲେ l ତାହାସହିତ ନିର୍ବାଚନ ପରିଚାଳନା ନିମନ୍ତେ ପ୍ରତ୍ୟେକ ୱାର୍ଡପାଇଁ ଏକପାଞ୍ଚଜଣିଆ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ l ଉକ୍ତ ବୈଠକରେ ବାବୁଲି ପେରେଇ,ଭରତ ସେଠୀ,ଘନଶ୍ୟାମ ସାମଲ,ବାବାଜୀ ଚରଣ ନାୟକ,ବିଦ୍ୟାଧର ସେଠୀ,ରଞ୍ଜନ ଦଳେଇ,ସଦାନନ୍ଦ ସେଠୀ, କ୍ଷେତ୍ରବାସୀ ପାତ୍ର,ବାସୁଦେବ ପାତ୍ର,ବଟ ପାତ୍ର,ପାଣ୍ଡଵ ଦେଉରୀ, ପୀତବାସ ଦେଉରୀ, ଠୁଣା ପ୍ରଧାନ, ନାଦ ଦେଉରୀ, ଗୋବିନ୍ଦ ସେଠି, ବାସୁଦେବ ସେଠୀ, ବିମଳ ପାତ୍ର, କେତକୀ ପାତ୍ର ସମେତ ତିରିଶରୁ ଉର୍ଦ୍ଧକର୍ମୀ ସଭାପତିଙ୍କ ପ୍ରସ୍ତାବରେ ଏକମତ ହୋଇଥିଲେ

Leave A Reply

Your email address will not be published.