ରେଲୱେ ଷ୍ଟେସନ ନାମକରଣକୁ ବିରୋଧ କରି ଭୋଟ ବର୍ଜନ

0

ବଲାଙ୍ଗିର ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ରେଲୱେ ଷ୍ଟେସନ ନାମକରଣକୁ ନେଇ ଭୋଟ ବହିଷ୍କାର କରିଛନ୍ତି ଗ୍ରାମବାସୀ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ ଭଇଁଷା ପାଲି ଗ୍ରାମବାସୀ ସ୍ଥାନୀୟ ରେଲୱେ ଷ୍ଟେସନ ର ନାମ ପରିବର୍ତ୍ତନ କୁ ନେଇ ଭୋଟ ବହିଷ୍କାର କରିଛନ୍ତି ।

ଚଲିତ ବର୍ଷ ବଲାଙ୍ଗିର ଠାରୁ ଖୋର୍ଦ୍ଧା ରେଲପଥ ପାଇଁ ବଲାଙ୍ଗୀର ଷ୍ଟେସନ ରୁ ୧୫ କିଲୋମିଟର ପର୍ଯ୍ୟନ୍ତ ରେଲ ଚଳା ଚଳ ପାଇଁ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଷ୍ଟେସନ ରୁ ୧୫ କିମି ଦୂରର  ଷ୍ଟେସନ ର ନାମ ପ୍ରଥମେ ଭଇଁଷା ପାଲି ନମିତ କରାଯାଇଥିଲା।  ପରେ ଯେହେତୁ ଉକ୍ତ ରେଲୱେ ଷ୍ଟେସନ ଭଇଁଷା ପାଲି ଓ ବିଛୁପାଲି ବୋଡର ରେ ଅଛି ଓ ଅଧିକ ସ୍ଥାନ ବିଛୁପାଲି ର ରହିଛି ତେଣୁ ବିଛୁପାଲି ନାମକରଣ କରାଯାଉ ବୋଲି ବିରୋଧ କରିଥିଲେ ବିଛୁପାଲି ଗ୍ରାମ ବାସୀ।  ଅଭିଯୋଗ କରିବା ପରେ ଉକ୍ତ ଷ୍ଟେସନ ବିଛୁପାଲି ନମରେ ନାମିତ ହୋଇଛି। ତେଣୁ ଭଇଁଷା ପାଲି ଗ୍ରାମବାସୀ ଆଜି ଭୋଟ ବହିଷ୍କାର କରିଛନ୍ତି।

Leave A Reply

Your email address will not be published.