ରମୁ ହେଲେ ସାଧାରଣ ସମ୍ପାଦକ, ହରଙ୍କ ଉପରୁ ଉଠିଲା ନିଲମ୍ବନ

0

ଭୁବନେଶ୍ୱର : ଗଂଜାମ ଜିଲ୍ଲାର ଟାଣୁଆ ଯୁବ ନେତା ହର ପ୍ରସାଦ ସାହୁଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟହାର କରିଛି ବିଜେଡି । ହରଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । 

ସେଗିପରି ନିକଟରେ ବିଜେଡିରେ ଯୋଗଦେଇଥିବା ପୁରୁଖା କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର(ରମୁ)ଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା ବେଳେ ସ୍ମୃତିପ୍ରକାଶ ନନ୍ଦଙ୍କୁ ସମ୍ପାଦକ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି ବୋଲି ଦକର ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି ।

ପୂର୍ବ ଆଦେଶକୁ ରଦ୍ଦ କରି ଏଲିନା ଦାସଙ୍କୁ ଜଟଣୀ ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବେଳେ ପ୍ରଫୁଲ୍ଲ ସିଂହଙ୍କୁ ପାଟକୁରା ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ଦଳ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.