ଜଗନ୍ନାଥ ଆଶ୍ରମ ନିକଟ ପଣସଖୋଲ ଲଣ୍ଡା ପାହାଡ଼ରେ ରୋପଣ ହେଲା ଏକ ହଜାରରୁ ଉର୍ଦ୍ଧ୍ବ ଚାରା
ଓଡ଼ଗାଁ, ୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ଅଧୀନ ଓଡ଼ଗାଁ ବନାଞ୍ଚଳର ଗୟଳସିଂ ସଂରକ୍ଷିତ ଜଙ୍ଗଲ ସୀମାନ୍ତ ଲଣ୍ଡା ପାହାଡ଼ ପଣସଖାଲ ଆର୍ଏଲ୍ରେ ଗୁରୁବାର ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ଏକ ହଜାର ଚାରାରୋପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ଜନ୍ମଦିନ ଅବସରରେ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ୧୦ ହେକ୍ଟର ଅଞ୍ଚଳରେ ଏହି ଏକଦିବସୀୟ ଚାରାରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ନୟାଗଡ଼ ସହକାରୀ ବନ ସଂରକ୍ଷକ ସତ୍ୟଜିତ୍ କର, ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ, ବନପାଳ ସରିତା ବରାଳ, ଜ୍ୟୋତିର୍ମୟୀ ସାମନ୍ତରାୟ ଓ ମନୋଜ କୁମାର ସେଠୀଙ୍କ ସମେତ ବନ କର୍ମଚାରୀମାନେ ଯୋଗଦେଇଥିଲେ। ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର, ସମାଜସେବୀ କୈଳାସ ପାତ୍ର, ପ୍ରକୃତିବନ୍ଧୁ ତଥା ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା, ଶିକ୍ଷକ ରଞ୍ଜନ କୁମାର ଦାଶ ଓ ଭାବଗ୍ରାହୀ ମହାପାତ୍ର ମଧ୍ୟ ଚାରା ରୋପଣ ରେ ସାମିଲ ହୋଇଥିଲେ।
ଗାୟତ୍ରୀ ବିଦ୍ୟାମନ୍ଦିର, ମଶାବାରୀର ଅଧ୍ୟକ୍ଷ ବିରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ଛାତ୍ରୀମାନେ ‘ଗଛଟିଏ ମୁଁ ଗଛଟିଏ’ ଶୀର୍ଷକ ଗୋଷ୍ଠୀଗତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ ।