ସେବା ସମର୍ପଣ ସଙ୍କଳ୍ପ ଅଭିଯାନ

34


ପ୍ରଧାନମନ୍ତ୍ରୀଙ୍କ ପାଇଁ ଆଶିର୍ବାଦ ଦୀପ ଦାନ ସହିତ ରକ୍ତଦାନରେ ସାମିଲ ହେଲେ ଅନେକ ଯୁବ ଶୁଭେଚ୍ଛୁ,


ଓଡ଼ଗାଁ ୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜନ୍ମଦିନ ଏବଂ ନିରନ୍ତର ସେବା ସମର୍ପଣ ସଙ୍କଳ୍ପର ୨୫ ବର୍ଷ ପୂର୍ତ୍ତି ଅବସରରେ ସାମୁହିକ ଆଶିର୍ବାଦ ସ୍ବରୂପ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଗୁରୁବାର ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପରିସରରେ ଥିବା ଭଞ୍ଜ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରି ପ୍ରାୟ ଶତାଧିକ ମହିଳା ଓ ପୁରୁଷ ଦୀପଦାନ କରିଥିଲେ। ଓଡ଼ଗାଁ ବିଡିଓ ପ୍ରିତିବାଳା ରଣା, ତହସିଲଦାର ଡ.ମାନସ ରଞ୍ଜନ ଭୋଇ ଏବଂ ଓଡ଼ଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ସହିତ ଅନ୍ୟ ସରକାରୀ କର୍ମଚାରୀମାନେ ମଧ୍ୟ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅପରପକ୍ଷରେ ଭୁବନେଶ୍ୱର ୟୁନିଟ୍ – ୩ ପ୍ରଦର୍ଶନି ପଡ଼ିଆଠାରେ ଆୟୋଜିତ ମେଗା ରକ୍ତଦାନ ଶିବିରେ ଓଡ଼ଗାଁ ଅଞ୍ଚଳର ୫୦ରୁ ଉର୍ଦ୍ଧ୍ବ ଶୁଭେଚ୍ଛୁ ଯୁବକ ପହଞ୍ଚି ରକ୍ତଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.