ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

0

 ଗାଇସିଲେଟ/କେଦାର ନାଥ ସାହୁ: ଚଳିତ ସାଧାରଣ ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଭୋଟଦାନ ଆରମ୍ଭ ହୋଇଯାଇଛି। ଆଜି ଭୋର ପ୍ରାୟ ୬ଟା ସମୟରୁ ମତଦାନ କରିବାପାଇଁ ଲୋକେ ବୁତରେ ଲମ୍ବା ଧାଡି ଲଗେଇଥିବା ବେଳେ ୭ଟା ସମୟରୁ ଭୋଟ ଗ୍ରହଣ କଡାକଡି ସୁରକ୍ଷା ଭିତରେ ଆରମ୍ଭ ହୋଇଛି।ଚଳିତ ସାଧାରଣ ନିର୍ବାଚନ ପାଇଁ ଆଜି ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଭୋଟଦେବା ପାଇଁ ବେଶୀ ଉତ୍ସାହ ଥିବା ଦେଖାଯାଇଛି।ଗାଇସିଲେଟ ବ୍ଲକଟି ୧୦୨ଟି ଗ୍ରାମ ବିଶିଷ୍ଟ  ହୋଇଥିବା ବେଳେ ୯୫ଟି ବୁତରେ ଭୋଟଗ୍ରହଣ କରାଯାଉଛି। ଚଳିତ ନିର୍ବାଚନରେ ଦିବ୍ୟାଙ୍ଗ ଭୋଟର ମାନଙ୍କ ଭୋଟ ଦାନ ପାଇଁ ସୁବ୍ୟବସ୍ଥା କରାଯାଇଛି।ପ୍ରତ୍ୟେକ ଭୋଟଦାନ କେନ୍ଦ୍ର ଗୁଡିକରେ ଦିବ୍ୟାଙ୍ଗମାନଙ୍କୁ ହୁଇଲ ଚେୟାରରେ ନବା ଆଣିବା କରିବା ପାଇଁ ଦୁଇ ଜଣ ଶାବାଳକ ପିଲାଙ୍କୁ ନିୟୋଜିତ କରାଯାଇଛି।

 

Leave A Reply

Your email address will not be published.