ଆଇନ ସଚେତନତା କାର୍ଯ୍ୟକ୍ରମ

32

ଜଗତସିଂହପୁର ତା ୧୭.୦୯.୨୦୨୬, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧକ୍ଷ ଶ୍ରୀ ପ୍ରଦ୍ଯୁମ୍ନ କୁମାର ନାୟକଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜାତୀୟ ଆଇନ ସେବା ପ୍ରାଧିକରଣର ଏସିଡ୍ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆଇନଗତ ସେବା ଯୋଜନା ୨୦୧୬, ପୋକୋସୋ ଅଧିନିୟମ, ପୀଡ଼ିତା କ୍ଷତିପୂରଣ ଯୋଜନା ୨୦୧୭ ଓ ୨୦୧୮ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ବିଭୁ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ମୁନସିଫ ସଂକେତ ସାମଲ, ପୁଲିସ ଅଧିକାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ପାରା ଲିଗାଲ ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ଅତିଥି ପରିଚୟ ପ୍ରଦାନ କରାଇଥିଲେ । ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପଣ୍ଡା ପୋକୋସୋ ଅଧିନିୟମ ବିଷୟରେ ଆଲୋକପାତ କରାଇବା ସହ ଏସିଡ ଆକ୍ରମଣର ଶିକାର ହେଉଥିବା ପୀଡ଼ିତା ମାନଙ୍କୁ କିପରି ଆଇନ ସେବା ଯୋଗେଇ ଦିଆଯାଇପାରିବ ଏହି ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ମୁନସିଫ ଶ୍ରୀ ସାମଲ ପୀଡ଼ିତା କ୍ଷତିପୂରଣ ଯୋଜନା ୨୦୧୭ ଓ ୨୦୧୮ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ଏହି କାର୍ଯ୍ୟକ୍ରମର ଆଭିମୁଖ୍ଯ ବିଷୟରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରାଇଥିଲେ ।

Leave A Reply

Your email address will not be published.