ଦୀପଦାନ ଓ କନ୍ୟା ମାନଙ୍କର ସମୃଦ୍ଧି ପାଇଁ ବୃକ୍ଷ ରୋପଣ ଓ ଅଙ୍ଗ‌ ଦାନ ସଚେତନତା ସମାରୋହ

32

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଯାହାନପୁର ସ୍ଥ ମା ବୁଢ଼ୀ ତରଡେଇ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ବରଦା ପ୍ରସନ୍ନ ରାମ ଙ୍କ ନେତୃତ୍ବରେ ପବିତ୍ର କନ୍ୟା ସଂକ୍ରାନ୍ତି ଉପଲକ୍ଷେ ମା ବୁଢ଼ୀ ତରଡେଇ ଙ୍କ ଅସୀମ କୃପା ଓ ଆଶୀର୍ବାଦରେ ମା ବୁଢ଼ୀ ତରଡେଇ ଚାରି ଟେବୁଲ ଟ୍ରଷ୍ଟ,ଯାହାନପୁର ଆନୁକୁଲ୍ୟରେ ସମୂହ ଦୀପଦାନ ଓ କନ୍ୟା ମାନଙ୍କର ସମୃଦ୍ଧି ପାଇଁ ବୃକ୍ଷ ରୋପଣ ଓ ଅଙ୍ଗ‌ ଦାନ ସଚେତନତା ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ତଥା ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ତ୍ରିଲୋଚନ ସାହୁ,ଅବସର ପ୍ରାପ୍ତ କୃତି ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବାରିକ, ଅନ୍ୟତମ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଠ ଶିକ୍ଷlବିତ ବିଜୟ କୁମାର ରଥ, ପୂର୍ବତନ ପ୍ରଧାନ ଶିକ୍ଷକ ଅତୁଲ ବିକ୍ରମ ପ୍ରଧାନ ଓ ରେଡ଼କ୍ରସର ମଣ୍ଡଳ ସଂଯୋଜକ ଚନ୍ଦନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ କନ୍ୟା ସଂକ୍ରାନ୍ତିରେ ସମୂହ ଦୀପଦାନ ର ମହତ୍ବ, ବୃକ୍ଷ ରୋପଣ ର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ମା ବୁଢ଼ୀ ତରଡେଇ ଚାରି ଟେବୁଲ ଟ୍ରଷ୍ଟ ର ଉପଦେଷ୍ଟା ବରଦା ପ୍ରସନ୍ନ ରାମ ଅଙ୍ଗ ଦାନ ଓ ଶରୀର ଦାନ ବିଷୟରେ ସୁଚିନ୍ତିତ ମତାମତ ରଖିଥିଲେ। ବୀରବର ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ କେଦାର ଚନ୍ଦ୍ର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ତ୍ରିନାଥ ରାମ ଓ ସୂର୍ଯ୍ୟ କାନ୍ତ ଚାନ୍ଦ ଓ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ମନ୍ଦିର ପ୍ରାଙ୍ଗଣ ରେ ଟିଲି , ଡଲି ,ଝୁମା, ଝିନି, ରିଙ୍କି, ମିତା, ନମି ଓ ତଇନ ପ୍ରଭୃତି ଦୀପ ଦାନ କରିଥିଲେ। ଶେଷରେ ମନ୍ଦିର ର ପୂଜକ କୁମୁଲି ନନା ଏକ‌‌ ଚନ୍ଦନ ଗଛ, ଚମ୍ପା ଗଛ, ଅଶ୍ଵସ୍ଥ ବୃକ୍ଷ ପୂଜା କରି ମନ୍ଦିର ପ୍ରାଙ୍ଗଣରେ ରୋପଣ କରି ଥିଲେ।

Leave A Reply

Your email address will not be published.