ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୫/୯/୨୬ ଗୁଣପୁର- ଗଣେଶ ଚତୁର୍ଥୀ ଓ ନୂଆଁଖାଇ ଉପଲକ୍ଷେ ଗୁଣପୁର ର ଦେଓ ନଗର୍ ଠାରେ ଥିବା ନୃତ୍ୟଶ୍ରୀ କଳାକେନ୍ଦ୍ର ଠାରେ ନୂଆଁଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୃତ୍ୟ କେନ୍ଦ୍ରର ଅଧ୍ୟକ୍ଷା ଡ଼ା. ରିନାରାଣୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ସୁଦୂର ରାୟଗଡ଼ ମାଟିର ହାସ୍ୟ କଳାକାର ଟୁନା ଟନଟନ, କାଳି ଶଙ୍କର ରଥ, ୟୁଟୁବର୍ ସସ୍ମିତା ଆଚାର୍ଯ୍ଯ ଓ ସମାଜସେବୀ ପିଙ୍କି ମହାପାତ୍ର ଉପସ୍ଥିତ ରହି ମଞ୍ଚାସୀନ ହେବା ସହ ପିଲାଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କୁନି କୁନି ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଅତିଥି ମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ରାୟଗଡ଼ ରୁ ଆସିଥିବା ହାସ୍ୟ କଳାକାର ମାନେ ନିଜ ବକ୍ତବ୍ୟ ରେ ପିଲାଙ୍କ ଆଗାମୀ ଭବିଷ୍ୟତ କାମନା କରିବା ସହ ନିଜେ ଅଭିନୟ କରିଥିବା ଚଳଚ୍ଚିତ୍ର ଯାହାକି ଆମ ଦକ୍ଷିଣ ଓଡ଼ିଶାର ଏକ ପ୍ରସିଦ୍ଧ ପର୍ବ କୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର”ଦଣ୍ଡ କାଳୀ” ର ପ୍ରସାର ସହ ଚଳଚ୍ଚିତ୍ର ପ୍ରେମୀ ଙ୍କୁ ନିଜ ନିକଟସ୍ଥ ସିନେମା ହଲ୍ କୁ ଯାଇ ଦେଖିବା ନିମନ୍ତେ ଅନୁରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ଆମନ୍ତ୍ରିତ ଅତିଥି ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉଦଘୋଷକ ଭାବେ ତପନ କୁମାର ସୁନାମୁଦି ଉପସ୍ଥିତ ରହି ମଞ୍ଚ ପରିଚାଳନା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଅନୁଷ୍ଠାନ ର ସମ୍ପାଦକ ପ୍ରଦୀପ କୁମାର ସାହୁ ପରିଚାଳନା କରିବା ସହ ଧନ୍ଯବାଦ୍ ଅର୍ପଣ କରିଥିଲେ।