କାଠଗଣ୍ଡି ସହ ପିକଅପ୍ ଜବତ, ଡ୍ରାଇଭର ଫେରାର।

35

ନୀଳଗିରି -୧୫/୯: ବାଲେଶ୍ୱର ବନ୍ୟଜୀବ ବନଖଣ୍ଡ ଅଧୀନସ୍ଥ ସଜନାଗଡ ସେକ୍ସନ ମାଟିଆଳୀ ବିଟ୍ ଅନ୍ତର୍ଗତ ଆରବନ୍ଧ ନିକଟ ନଟାସାହି ଠାରେ ମଙ୍ଗଳବାର ସକାଳ ୬.୩୦ମିନିଟ ସମୟରେ ଓଡି -୦୧ ଏ ସି- ୩୧୪୯ ନଂ ଏକ ଧଳାରଙ୍ଗର ମାକ୍ସ ପିକଅପ୍ ଗାଡିକୁ ନୀଳଗିରି ବନବିଭାଗ ଅଟକ ରଖିଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଛି। ଉକ୍ତ କାଠଭର୍ତ୍ତି ପିକଅପ୍ ଗାଡିକୁ ଜାମୁଡିହା ସ୍ଥିତ ବନବିଭାଗ ମାଲଖାନାକୁ ଅଣାଯାଇଥିବା ବେଳେ ବାଲେଶ୍ୱର ବନଖଣ୍ଡ ପ୍ରତୀକ ପ୍ରକାଶ ଇନ୍ଦଲକରଙ୍କ ନିର୍ଦ୍ଦେଶରେ ନୀଳଗିରି ରେଞ୍ଜ ଅଧିକାରୀ ମନୱର୍ ଖାଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ୧୨ଏନ୍ ୨୦୨୬/୨୭ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି। ଏହି ଚଢ଼ାଉରେ ସଜନାଗଡ ଫରେଷ୍ଟର ସସ୍ମିତା ଶିଅଳ , ନୀଳଗିରି ଫରେଷ୍ଟର ରାମେଶ୍ବର ମୁର୍ମୁ, ମାଟିଆଳି ଫରେଷ୍ଟଗାର୍ଡ ସୁଜାତା ଓଝା, ସଜନାଗଡ ଫରେଷ୍ଟଗାର୍ଡ ବୁଦ୍ଧିରାମ ହାଂସଦା ସାମିଲ ଥିଲେ।

Leave A Reply

Your email address will not be published.