ସରକାର ଗଠନ ହେବାର ପ୍ରଥମ ଦିନରେ ହିଁ କାଳିଆ  ଯୋଜନାର ଦୁଇଟି କିସ୍ତିର ଦଶହଜାର

0

ନବୀନ ପଟ୍ଟନାୟକଙ୍କ ବିଜେପୁର ନିର୍ବାଚନ ମଣ୍ଡଳୀ ଗସ୍ତ  

ଗାଇସିଲେଟ/କେଦାର ନାଥ ସାହୁ: ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ  ଦ୍ଵିତୀୟ ପର୍ଯାୟରେ ହେବାକୁ ଥିବା ନିର୍ବାଚନ ପାଇଁ ନିଜେ ବିଧାୟକ ପ୍ରାର୍ଥୀ ପତ୍ର ଦାଖଳ କରିଥିବା ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରେ  ନିଜ ପାଇଁ ଏବଂ  ନିଜର ଦଳୀୟ ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ   ପାଇଁ ପ୍ରଚାରରେ ଆସି ବିଜେପୁର,ବରପାଲି ଏବଂ ଗାଇସିଲେଟ  ଠାରେ ଜନସଭାକୁ ସମ୍ବୋଧନ କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ଯୋଜନ ଗୁଡିକୁ ଶୁଣିବା ପାଇଁ ହେଳିପେଡ ରେ ଅପେକ୍ଷା କରିଥିବା ହଜାର ହଜାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ “ଜୟ ଜଗନ୍ନାଥ” ଓ ” ଜୁହାର “କରି ଏତେ ଖରାରେ ଆସିଥିବାରୁ ଧନ୍ୟବାଦ ଦେବାପରେ “ମୁଁ ବଞ୍ଚିଥିବା ପର୍ଯନ୍ତ କେହି ବି  କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ ବୋଲି କହିଥିଲେ। କେନ୍ଦ୍ର ସରକାର ଚକ୍ରାନ୍ତ କରି କାଳିଆକୁ ଅଟକାଇ ଦେଇଛନ୍ତି । ଆଗାମୀ ଦିନରେ ଚାଷୀମାନେ ଓ ଓଡିଶାବାସୀ  ଏହାର ଜବାବ ନିଶ୍ଚୟ ଦେବେ । ବିଜୁ ଜନତା ଦଳର ସରକାର ଗଠନ ହେବାର ପ୍ରଥମ ଦିନରେ ହି କାଳିଆ ଯୋଜନା ର ଦୁଇଟି ଟି କିସ୍ତି ର ଦଶହଜାର ତୁରନ୍ତ ଚାଷୀ ମାନଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଗାଇସିଲେଟ ଠାରେ ଅନୁଷ୍ଠିତ ସଭାରେ ମନୋଜ କୁମାର ପଣ୍ଡା,ନାରାୟଣ ସାହୁ,କୀର୍ତ୍ତନ ଦାସ,ପ୍ରଣୟ ସାହୁ,ଚୌତନ୍ୟ ସାହୁ,ରବି ଠାକୁର,କିଶୋର ଚନ୍ଦ୍ର ଦେବତା,ସଂଜିବ ପଣ୍ଡା,ବାସନ୍ତୀ ପାଣ୍ଡେ,ଭରତ ଦାସ,ବିନୋଦିନୀ ବାରିକ,ବିକ୍ରମ କିଶୋରୀ ସାହୁ,ସଂଜୀବ ଭୋଇ, ସରୋଜ ସାହୁ,ସୁନାଧର ସାହୁ,ଭରତ ଦାସ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.