ଦେଢ଼ ବର୍ଷ ହେଲାଣି ପାଇଖାନା ତିଆରି ହୋଇଛି, ହେଲେ ବିଲ ହେଉନି 

0

ଯୋଖିପାଲି/ Amit Bariha :-ବରଗଡ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ  ଯୋଖିପାଲି ଗ୍ରାମର ସ୍ୱଚ୍ଛ ଭାରତ ମିଶନ ଫେଲ ମାରିଛି.. କାର୍ଯ୍ୟାଦେଶ ମିଳିଛି, ପାଇଖାନା ତିଆରି ବି ହେଇଛି ହେଲେ ମିଳୁନି ସରକାରୀ ସହାୟତା ରାଶି.ଲୋକଙ୍କ ଟଙ୍କା  ଖାଇ ଯାଉଛନ୍ତି ପ୍ରଶାସନର ଆଢୁଆଳରେ ତଥାକଥିତ ଠିକାଦାର ମାନେ.. ଯୋଖିପାଲି ଗ୍ରାମର ସୁରେଶ ସା ଗତ 2017 ମସିହା ଅକ୍ଟୋବର ମାସରେ ପାଇଖାନା ନିର୍ମାଣ କରିବା ପାଇଁ ବ୍ଲକ ପ୍ରଶାସନ ଠାରୁ କାର୍ଯ୍ୟାଦେଶ ପାଇଥିଲେ, ପ୍ରୋତ୍ସାହନ ରାଶି ସାଙ୍ଗେ ନିଜେ ମଧ୍ୟ ପଇସା ମିଶେଇ ଭଲ ପାଇଖାନାଟେ ତିଆରି କଲେ.. ଆଶା ଥିଲା ସରକାରଙ୍କ ଠାରୁ ମିଳୁଥିବା ପ୍ରୋତ୍ସାହନ ରାଶି ମିଳିଥିଲେ ଧାର କରିଥିବା ଟଙ୍କାକୁ ସୁଝିବେ.. ହେଲେ ଫଳ ତାହା ହେଲାନି, ଭ୍ରଷ୍ଟାଚାର ତଥା ଦୁର୍ନୀତି ଲିପ୍ତ ବିଜେପୁର ବ୍ଲକ କର୍ମଚାରୀ ମାନେ ଟଙ୍କା ଖାଇଦେଲେ.. ବର୍ଷ ବର୍ଷ ଧରି ଦୌଡିବା ପରେ ଭି ମିଳିଲାନି ସୁଫଳ. ଏମିତି ଗାଁର ଅଧିକାଂଶ ଲୋକେ ଏମିତି ଦୁର୍ନୀତିର ଶିକାର ହେଉଛନ୍ତି, ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି.ଲୋକେ କହୁଛନ୍ତି ସମ୍ପୃକ୍ତ ଜେଇ ଗୋଟିଏ ପାଇଖାନା ପାଇଁ ହଜାରେ (1000)ଟଙ୍କା ଲାଞ୍ଚ ମାଗୁଛନ୍ତି ଯାହାକି ଗୁରୁତର ଅପରାଧ.  ଉଚ୍ଚ କର୍ତୃପକ୍ଷ ଧ୍ୟାନ ଦେଇ ଏହାକୁ ଯଥାଶୀଘ୍ର ସମାଧାନ କରିବାକୁ ଦାବୀ ହେଉଛି.

  

 

Leave A Reply

Your email address will not be published.