ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ବ ପ୍ରାଥମିକ ଉପଚାର ଦିବସ ପାଳନ,

6


ବେଲଗୁଣ୍ଠା,୧୨/୦୯,-(ଶିବରାମ ଚୌଧୁରୀ )-କ୍ଷେତ୍ରିୟ ବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ଶାଖା ପକ୍ଷରୁ ବିଶ୍ଵ ପ୍ରାଥମିକ ଉପଚାର ଦିବସ ଅଧ୍ୟକ୍ଷ ଡଃ ଗିରୀଧର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧକ୍ଷ ତଥା ଗଂଜାମ ଜିଲ୍ଲା ଯୁବ ରେଡକ୍ରସ୍ ଉପଦେଷ୍ଟା ବି ଗୋବିନ୍ଦା ରାଓ ଯୋଗଦେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସ୍ବେଚ୍ଛାସେବୀ ମାନେ ପ୍ରାଥମିକ ସହାୟତା ଭଳି ମହତ୍ କାର୍ଯ୍ୟ ରେ ନିୟୋଜିତ ହୋଇ ଆହତ ବ୍ୟକ୍ତି ମାନଙ୍କୁ ତ୍ଵରିତ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ମୂଖ୍ୟ ଅତିଥି ପ୍ରାଥମିକ ସହାୟତା ର କଉଶଳ ଗୁଡ଼ିକୁ ସ୍ବେଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ଡ଼ଃ ସଂଜୀବ କୁମାର ଦାସ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.